Breaking PLUSବଲିଉଡମନୋରଞ୍ଜନ

ନିକଟରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସୂର୍ଯ୍ୟବଂଶୀ’

ଖୁବ ଶୀଘ୍ର OTT ପ୍ଲାଟ ଫର୍ମରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଏନେଇ ପିଲ୍ମ ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯ଼ାଇଛି । ଫିଲ୍ମର ସଫଳତାକୁ ଦେଖି ଏଭଳି ନିଷ୍ପତି ନିଆଯ଼ାଇଥିବା ସୂଚନା ମିଳିଛି । ସିନେମାହଲରେ ରିଲିଜ ହେବା ପୂର୍ବରୁ ରୋହିତଙ୍କୁ OTT ପ୍ଲାଟ ଫର୍ମରେ ରିଲିଜ କରିବା ଲାଗି ଖୁବ ଲୋଭନୀୟ ଅଫର ମିଳିଥିବା ବେଳେ ରୋହିତ ଏହାକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଏହି ଫିଲ୍ମ ଏବେ ସିନେମାହଲରେ ଧୁମ ମଚେଇଛି ।

ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ମନ ଜିଣିଛି ଏହି ଆକ୍ସନ ମୁଭି ସୂର୍ଯ୍ୟବଂଶୀ । ନଭେମ୍ବର ୫ରେ ଏହା ମୁକ୍ତିଲାଭ କରିଥିବାବେଳେ ପ୍ରଥମ ଦିନରେ ଫିଲ୍ମଟି ୨୬ କୋଟି ଟଙ୍କା ରୋଜଗାର କରିଥିଲା, ତେବେ ମାତ୍ର ୫ଦିନ ମଧ୍ୟରେ ଫିଲ୍ମର ଆୟ ୧୦୦କୋଟି ଛୁଇଁଛି ।

କ୍ୟାଟ୍ରିନା କୈଫ, ଅଜୟ ଦେବଗନ ଏବଂ ରଣବୀର ସିଂଙ୍କ ଅଭିନୀତ ଏହି ଫିଲ୍ମ ପେକ୍ଷାଳୟରେ ରିଲିଜ ହେବାର ଚାରି ସପ୍ତାହ ପରେ ଡିସେମ୍ବରରେ ନେଟଫ୍ଲିକ୍ସରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ । ସୂର୍ଯ୍ୟବଂଶୀ ନିର୍ମାତାମାନେ ଏହାର ଓଟିଟି ରିଲିଜ୍ ପାଇଁ ନେଟଫ୍ଲିକ୍ସ ସହିତ ଏକ ବଡ଼ ଚୁକ୍ତି କରିଛନ୍ତି ।

ସୂର୍ଯ୍ୟବଂଶୀ ଭାରତର ୩୫୦୦ ରୁ ଅଧିକ ପରଦାରେ ଏବଂ ବିଦେଶରେ ୧୩୦୦ ପରଦାରେ ମୁକ୍ତିଲାଭ କରିଛି ।

Show More

Related Articles

Back to top button