Breaking PLUSବଲିଉଡସେଲିବ୍ରିଟି

ସରିଲା ବିକିକୌଶଳ-କ୍ୟାଟ୍ରିନାଙ୍କ ନିର୍ବନ୍ଧ, ଡିସେମ୍ବରରେ ବାହାଘର

ଗତ କିଛି ଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ବିକି କୌଶଳ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏହାକୁ ଗୁଜବ କହି ଖଣ୍ଡନ କରିଥିଲେ କ୍ୟାଟ୍ରିନା । କିନ୍ତୁ ଏବେ ସବୁ ପ୍ରଶଂସକଙ୍କ ମନରୁ ସନ୍ଦେହ ଦୁର ହୋଇଯାଇଛି । ଗତ ଦୀପାବଳିରେ ଶେଷ ହୋଇଛି ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ । ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ବିକି ଓ କ୍ୟାଟ୍ରିନା ସେମାନଙ୍କ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ ।

ବିକି ତାଙ୍କ ବାପା, ମାଆ ଓ ଭାଇ ସନିଙ୍କ ସହ ଆସିଥିବା ବେଳେ କ୍ୟାଟ୍ରିନାଙ୍କୁ ତାଙ୍କ ମା‘ ସୁଜେନ ଓ ଭଉଣୀ ଇସାବେଳଙ୍କ ସହ ଦେଖିବାକୁ ମିଳିଥିଲା । ଦୀପାବଳିକୁ ଶୁଭ ତିଥି ବିଚାରି ଉଭୟଙ୍କ ପରିବାର ଏହି ଦିନ ସେମାନଙ୍କର ନିର୍ବନ୍ଧ କରାଇଛନ୍ତି ।

ସେହିପରି ଗଣମାଧ୍ୟମ ଓ ଫଟୋଗ୍ରାଫରକୁ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ବିକି ଓ କ୍ୟାଟ୍ରିନା ଅଲଗା ଅଲଗା ଅସି ନିର୍ବନ୍ଧରେ ପହଞ୍ଚିଥିଲେ । ଅବଶ୍ୟ ଦୁହିଁଙ୍କ ନିର୍ବନ୍ଧ ଫଟୋ ଏଯାଏଁ ସାମାଜିକ ଗଣମାଧ୍ୟମରେ ସେୟାର ହୋଇ ନାହିଁ । ମାତ୍ର ସେମାନେ ନିଜର ଦୀପାବଳି ଫଟୋକୁ ସେୟାର କରିଛନ୍ତି । ଯେଉଁଥିରେ ବିକି ସେରୱାନି ପିନ୍ଧିଥିବା ବେଳେ କ୍ୟାଟ୍ରିନା ଗୋଲାପି ଶାଢ଼ିରେ ନଜର ଆସିଛନ୍ତି । ସେହିପରି ଏବେ ଦୁହିଁଙ୍କ ବାହାଘରର ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ବିଦେଶରେ ଡେଷ୍ଟିନେସନ୍ ୱେଡିଂର ଯୋଜନା କରିଥିବା ବିକି ଓ କ୍ୟାଟ୍ରିନା ଆସନ୍ତା ମାସରେ ଅର୍ଥାତ ଡିସେମ୍ବରରେ ରାଜସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ।

Show More

Related Articles

Back to top button