Breaking PLUSଓଡ଼ିଶାପାଣିପାଗ

ରାଜ୍ୟରେ ଶୀତ ଲହରୀ ଜାରି

ରାଜ୍ୟରେ ଅନୁଭୂତ ହେଲାଣି ଶୀତ । ହାଡ଼ ଭଙ୍ଗା ଶୀତ ନହେଲେ ବି ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଏହା ସହ ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୧୧ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି ।

ଫୁଲବାଣୀରେ ୧୨.୨ ଡ଼ିଗ୍ରୀ, ଟିଟଲାଗଡ ଏବଂ କେନ୍ଦୁଝରରେ ୧୩ .୮ ଡ଼ିଗ୍ରୀ, କୋରାପୁଟରେ ୧୪.୦ଡ଼ିଗ୍ରୀ, ଝାରସୁଗୁଡାରେ ୧୪.୬ ଡ଼ିଗ୍ରୀ, ଭବାନୀପାଟଣାରେ ୧୪.୯ ଡ଼ିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୧୭.୪ଡ଼ିଗ୍ରୀ ଥିବା ବେଳେ କଟକରେ ୧୭.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

Show More

Related Articles

Back to top button