ଓଡ଼ିଶାସ୍ୱାସ୍ଥ୍ୟ

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ଡେଙ୍ଗୁରୋଗୀ ଚିହ୍ନଟ

କିଛିଦିନ ହେବ ଭୁବନେଶ୍ୱରରେ ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି । କିନ୍ତୁ ଗତ ବର୍ଷ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ସେହିପରି ଦୈନିକ ସଂଖ୍ୟା ମଧ୍ୟ  ହ୍ରାସ ପାଇବାରେ ଲାଗିଛି । ଟେଷ୍ଟିଂ ପଜିଟିଭ ରିପୋର୍ଟ ବା TPR ୬୦ରୁ ୩୦କୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ବିଜୟ ଅମୃତାଙ୍କ ସୂଚନା ମୁତାବକ, ଚଳିତବର୍ଷ ରାଜ୍ୟରେ ୨୭ ହଜାର ୨୪୮ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩ ହଜାର ୭୦୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ୧୫ ହଜାର ୧୯୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩ ହଜାର ୭୫୦ ରୋଗୀ ଚିହ୍ନଟ ହୋଇଥିଲେ ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨ ହଜାର ୨୦୬, ମାଲକାନଗିରିରେ ୨୨୩, କୋରାପୁଟରେ ୩୮୯, ରାୟଗଡ଼ାରେ ୩୧୬, ଭୁବନେଶ୍ୱରରେ ୧ ହଜାର ୯୦୦ ଏବଂ ପୁରୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୪ ରହିଛି।

ଅନ୍ୟପଟେ ବିଏମସି ପକ୍ଷରୁ ଡେଙ୍ଗୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ।ଆଗକୁ ବର୍ଷା ଥିବାରୁ ମଶା ଲାର୍ଭା ନଷ୍ଟ କରି ଏଡିସ ମଶାର ବଂଶ ବୃଦ୍ଧି ରୋକିବାକୁ ହେବ । ବୁସ୍‌ କଟିଂ ଜାରି ରହିଥିଲେ ମଧ୍ୟ ବର୍ଷା ଯୋଗୁ ମଶାଧୂଆଁ ଛାଡିବା ସମ୍ଭବ ହେଉନାହିଁ। ପାଗ ଶୁଖିଲା ରହିଲେ ଫଗିଂ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହଛନ୍ତି ଯେ,ଆଗକୁ ଆହୁରି ଏକ ମାସ ଆମକୁ ଯତ୍ନବାନ ରହିବାକୁ ହେବ । ତାହାଲେ ଡେଙ୍ଗୁ ଏବଂ ମ୍ୟାଲେରିଆରୁ ଆମେ ରକ୍ଷା ପାଇପାରିବା ।

Show More

Related Articles

Back to top button