Breaking PLUSଦେଶମୁଖ୍ୟ ଖବର

ମନି ଲଣ୍ଡରିଂ ମାମଲାରେ ଇଡି ନିକଟରେ ହାଜର ହେଲେନି ଫାରୁକ୍ ଅବଦୁଲା

ଶ୍ରୀନଗର, 13 ଫେବୃଆରୀ – ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଉପରେ ମଙ୍ଗଳବାର ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲା ହାଜର ହୋଇନାହାନ୍ତି । ଶ୍ରୀନଗର ବାହାରେ ଥିବା ନେଇ ସେ ଏଜେନ୍ସିକୁ ଏକ ଇ-ମେଲ ଓ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଶ୍ରୀନଗରରୁ ଲୋକସଭା ସଦସ୍ୟ ଓ ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲାଙ୍କୁ ଇଡିର ଅଧିକାରୀମାନେ ନୋଟିସ ପଠାଇ ମଙ୍ଗଳବାର ଶ୍ରୀନଗରରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହେବା ପାଇଁ କହିଥିଲେ କିନ୍ତୁ ସେ ଏବେ ଜମ୍ମୁରେ ଅଛନ୍ତି । ଫାରୁକ ଅବଦୁଲାଙ୍କୁ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାରେ ଜାନୁୟାରୀ 11ରେ ମଧ୍ୟ ଡାକିଥିଲା, କିନ୍ତୁ ସେ ସେତେବେଳେ ବି ହାଜର ହୋଇନଥିଲେ । ଏଥିପାଇଁ ଇଡି ପକ୍ଷରୁ ଆଜି ହାଜର ହେବା ପାଇଁ ନୋଟିସ କରାଯାଇଥିଲା ।
ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ସହିତ ଜଡିତ ରହିଛି ଏହି ମାମଲା । ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ 2022ରେ ଇଡି ଅଭିଯୋଗ ପତ୍ର ଦାୟର କରିଥିଲା ।

Show More

Related Articles

Back to top button