Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 20ରେ ଚିନାବରେ ସବୁଠୁ ଉଚ୍ଚ ରେଲୱେ ପୋଲର ଉଦଘାଟନ କରିବେ ପିଏମ ମୋଦି

ଜମ୍ମୁ, 13 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 20ରେ ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏଥିପାଇଁ କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପ ଦିଆଯାଇଛି । ଏହି ଅବସରରେ ପିଏମ ମୋଦି ବିଭିନ୍ନ ପରିଯୋଜନାର ଶୁଭାରମ୍ଭ କରିବେ । ସେ ପ୍ୟାରିସର ଏଫିଲ ଟାୱରଠାରୁ ବି 35ମିଟର ଉଚ୍ଚ ଚିନାବ ନଦୀ ଉପରେ ତିଆରି ରେଲୱେ ପୋଲର ଉଦଘାଟନ କରିବେ ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର ନିଜ ସଂସଦୀୟ କ୍ଷେତ୍ର ଉଧମପୁରରେ ସହିଦ କ୍ୟାପଟେନ ତୁଷାର ମହାଜନ ରେଲୱେ ଷ୍ଟେସନରେ କଟରା-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ରହଣି ଦେଖିବା ପାଇଁ ଆସିଥିଲେ । ଅଂଚଳର ଲୋକଙ୍କ ସୁବିଧା ପାଇଁ ଉଧମପୁର ଓ କଠୁଆ ରେଲୱେ ଷ୍ଟେସନରେ ମଧ୍ୟମ ଦୂରର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ସଂକ୍ଷିପ୍ତ ରହଣି ଆରମ୍ଭ ହୋଇଛି ।

Show More

Related Articles

Back to top button