Breaking PLUSଦେଶମୁଖ୍ୟ ଖବର

ବିଜେପିରେ ଯୋଗ ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାଣ

ମୁମ୍ବାଇ, 13 ଫେବୃଆରୀ – ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାଣ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାଭନବୁଲେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଅଶୋକ ଚୌହ୍ୱାଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ । ଅଶୋକ ଚୌହ୍ୱାଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି । ଆଜିଠାରୁ ସେ ଏକ ନୂଆ ରାଜନୈତିକ ଯାତ୍ରାର ଆରମ୍ଭ କରୁଛନ୍ତି ।
ଅଶୋକ ଚୌହ୍ୱାଣ ସୋମବାର ନିଜ ବିଧାୟକ ପଦ ସହିତ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗ ଦେଇଥିଲେ ।

Show More

Related Articles

Back to top button