Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଗତ ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ବିବରଣୀ ପ୍ରଦାନ କରିଛନ୍ତି। ୫ ବର୍ଷରେ ୮୮ ପ୍ରତିଶତ ଜନଶୁଣାଣି ଅଭିଯୋଗର ସମାଧାନ ହୋଇଛି। ସଂସଦୀୟ କ୍ଷେତ୍ରରେ ସୌରଚାଳିତ ଆଲୋକୀକରଣ ବ୍ୟବସ୍ଥା ହୋଇଛି। ଜଟଣୀଠାରେ ରେଳ ଓଭର ବ୍ରିଜ୍ ସ୍ଥାପନ ହୋଇଛି। ମେଣ୍ଢାଶାଳରେ ଅବରୋଧ ହଟାଇ ୩୦୦ ଏକର ଜମିକୁ ଜଳଯୋଗାଣ ବ୍ୟବସ୍ଥା ହୋଇଛି। ବଞ୍ଚିତ ଜନସାଧାରଣଙ୍କୁ ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତା ବଣ୍ଟନର ବ୍ୟବସ୍ଥା କରାଯାଇଛି । ଗାଁ ଗହଳି, ବସ୍ତି ସହର ବାସିନ୍ଦା ମାନଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ସ୍ଥାପନ କରିଛି । ସେହିପରି ଜଳ ଯୋଗାଣ ବ୍ୟବସ୍ଥାରେ ବିଭିନ୍ନ ମନ୍ଦିର, କ୍ଲବ୍, ଡାକ୍ତରଖାନା ତଥା ଛକ ଜାଗା ମାନଙ୍କରେ ୪୬୧ଟି ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୦୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତ୍ୟେକ ବ୍ଲକର ପ୍ରତି ଘରକୁ ସୁରକ୍ଷିତ ନିର୍ମଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button