Breaking PLUSଦେଶମୁଖ୍ୟ ଖବର

କୃଷକ ନେତା ରାକେଶ ଟିକାୟତଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀ: ବେରୋଜଗାରୀ ସଂଘର ବିକ୍ଷୋଭକାରୀଙ୍କୁ ଭେଟିବାକୁ ଯାଉଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ। ପୋଲିସ ଏବେ ରାକେଶ ଟିକାୟତଙ୍କୁ ମଧୁ ବିହାର ପୋଲିସ ଷ୍ଟେସନରେ ରଖିଛି। ସ୍ପେଶାଲ ସିପି ଲ ଆଣ୍ଡ ଅର୍ଡର ଦୀପେନ୍ଦ୍ର ପଠକଙ୍କ ଅନୁଯାୟୀ ତାଙ୍କୁ କିଛି ସମୟ ପରେ ମୁକ୍ତ କରାଯିବ। ରାକେଶ ଟିକାୟତ ଟ୍ୱିଟ୍ କରି କହିଛନ୍ତି ଯେ, ‘ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ଚାଷୀଙ୍କ ସ୍ୱରକୁ ଦମନ କରିପାରିବ ନାହିଁ। ଏହି ଗିରଫ ଏକ ନୂତନ ବିପ୍ଳବ ଆଣିବ ବେଲି କୁହାଯାଉଛି । ଶେଷ ନିଶ୍ଵାସ ଥିବା ଯାଏ ଏହି ସଂଗ୍ରାମ ଜାରି ରହିବ। ଏଥି ସହିତ ପ୍ରଦର୍ଶନ ପାଇଁ ଚାଷୀମାନେ ଦିଲ୍ଲୀର ଜନ୍ତ ମନ୍ତରରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଦିଲ୍ଲୀର ଟିକିରି ସୀମା ନିକଟରେ ଥିବା ବାହାଦୂରଗଡରେ କୃଷକମାନେ ଟ୍ରେନରେ ବସି ପଞ୍ଜାବରେ ପହଞ୍ଚିଛନ୍ତି। ଭାରତ କିସାନ ୟୁନିଅନର ବହୁ କୃଷକ ଫିରୋଜପୁରରୁ ଆସୁଥିବା ଟ୍ରେନରେ ବସି ବାହାଦୂରଗଡରେ ପହଞ୍ଚିଛନ୍ତି। କୃଷକମାନେ କହିଛନ୍ତି ଯେ, ସେମାନେ ଟିକିରି ସୀମାରେ ୧୩ ମାସ ବିତାଇଛନ୍ତି, ତେଣୁ ପ୍ରଥମେ ସେମାନେ ଯେଉଁ ଆନ୍ଦୋଳନ କରିଥିଲେ ସେହି ସ୍ଥାନକୁ ଯିବେ, ଏହା ପରେ ସେମାନେ ଆଜି ଦିଲ୍ଲୀ ଯିବେ ଏବଂ ସୋମବାର ଜନ୍ତର ମନ୍ତ୍ରରେ ବିରୋଧ କରି ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ। ସରକାର ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି କୃଷକମାନେ କହିଛନ୍ତି। କୃଷକ ସଂଗଠନ ସହ କଥାବାର୍ତ୍ତା ନକରି ବିଦ୍ୟୁତ୍ ବିଲ୍ ୨୦୨୨ ଅଣାଯାଇଛି, ଯେଉଁ କାରଣରୁ କୃଷକମାନଙ୍କ ପାଇଁ ଉପଲବ୍ଧ ଶସ୍ତା ବିଦ୍ୟୁତ୍ ବନ୍ଦ କରିବାକୁ ଏକ ଷଡଯନ୍ତ୍ର କରାଯାଇଛି। ସେହିଭଳି ସେମାନଙ୍କୁ ଏମଏସପି ମଧ୍ୟ ଦିଆଯାଇ ନାହିଁ କିମ୍ବା ଲକ୍ଷ୍ମୀପୁର ଖେରୀରେ ନିହତ ହୋଇଥିବା ଚାଷୀଙ୍କ ପ୍ରତି ନ୍ୟାୟ ମଧ୍ୟ କରାଯାଇ ନାହିଁ। କୃଷକମାନେ କହିଛନ୍ତି ଯେ, ସେମାନେ ଦିଲ୍ଲୀ ସୀମାରେ ଏକ ମଜବୁତ ମୋର୍ଚ୍ଚା ସ୍ଥାପନ କରିବାକୁ ଆସିନାହାଁନ୍ତି, ସେମାନେ ଗୋଟିଏ ଦିନର ପ୍ରଦର୍ଶନ ପାଇଁ ଆସିଛନ୍ତି। ତେଣୁ ସରକାରଙ୍କୁ ଚେତାବନୀ ଦିଆଯାଉଛି। ଚାଷୀମାନେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ସେମାନେ ପୁଣିଥରେ ଦିଲ୍ଲୀରେ ଏକ ବଡ ମୋର୍ଚ୍ଚା ସ୍ଥାପନ କରିବେ।

Show More

Related Articles

Back to top button