ଓଡ଼ିଶାଭକ୍ତିମୁଖ୍ୟ ଖବର

ଚଳିତ ବର୍ଷ ଦୂର୍ଗାପୂଜା ନେଇ ଅନୁଷ୍ଠିତ ହେଲା ଶାନ୍ତି କମିଟି ବୈଠକ

ଦୀର୍ଘ ୨ବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ  ବିନା ଭକ୍ତରେ ପାଳନ ବୋଇଥିଲା ଦୁର୍ଗାପୂଜା । ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିଥିବାରୁ ଧୁମଧାମରେ ଦୁର୍ଗାପୂଜା ପାଳନହେବାକୁ ଯାଉଛି । ଏଥିପାଇଁ ଆଜି କଟକରେ ଅନୁଷ୍ଠିତ ହୋଇଯାଇଛି ଶାନ୍ତି କମିଟି ବୈଠକ ।

ସୂଚନା ଅନୁଯାୟୀ, ଏହି ବୈଠକରେ ପୂଜାର ପ୍ରସ୍ତୁତି , ରୂପରେଖ ସହିତ କିପରି ଶାନ୍ତି ଶୃଙ୍ଖଳା ସହ କରାଯିବ , ଏନେଇ ଆଲୋଚନା କରାଯାଇଛି । ଏହି ବୈଠକରେ ପୋଲିସ କମିଶନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇଥିଲେ।

ତେବେ ଅନ୍ୟପଟେ ଏହି ବୈଠକରେ ପୋଲିସ କମିଶନର ସୌମ୍ୟେନ୍ଦ୍ର କହିଛନ୍ତି ଯେ,ପୂଜା ଚାନ୍ଦା ପଇଁ କାହା ପାଖରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ ପୋଲିସ ଗିରଫ କରିବ । ଶେଷରେ ପୂଜା ପାଇଁ କୌଣସି ବ୍ୟକ୍ତିଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାହେବ ନାହିଁ ବୋଲି ଶାନ୍ତି କମିଟି ସ୍ପଷ୍ଟ କରିଛି ।

Show More

Related Articles

Back to top button