ଦେଶସ୍ୱତନ୍ତ୍ର

ସରୁଛି ୨ହଜାର ଟଙ୍କିଆ ନୋଟ୍‍ର ଅବଧି,ନୋଟ୍‍ ଆରବିଆଇକୁ ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଜାରି

ସରୁଛି ୨ହଜାର ଟଙ୍କିଆ ନୋଟ୍‍ର ଅବଧି । ନୋଟ୍‍ ଆରବିଆଇକୁ ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଜାରି । ରାଜ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ୨ହଜାର ଟଙ୍କିଆ ନୋଟ୍‍ର ପ୍ରଚଳନକୁ ଅନୌଚାରିକ ଭାବେ ବନ୍ଦ କରିସାରିଛି। ତେବେ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କକୁ ଆସୁଥିବା ଏହି ନୋଟ ଫେରସ୍ତ କରିବା ଆରମ୍ଭ କଲେଣି ଅଧିକାଂଶ ବ୍ୟାଙ୍କ ।

୨ ହଜାର ଟଙ୍କିଆ ନୋଟ୍‍ ନା ଏଟିଏମ୍‍ରେ ମିଳୁଛି, ନା ବ୍ୟାଙ୍କ କାହାରିକୁ ନଗଦ ଦେଉଛି ।କରୋନା ପ୍ରକୋପ କମିବା ପରେ ୨୦୨୧ରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍‍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲା। ଏହି ଉଦ୍ୟମ ଏବେ ସଫଳ ରୂପ ନେଉଥିବା ଦେଖିବାକୁ ମିଳୁଛି।

ରାଜଧାନୀ ସମେତ ଜିଲାଗୁଡିକରେ ଥିବା ବ୍ୟାଙ୍କ ଏଟିଏମ୍‍ରେ ୨ହଜାର ଟଙ୍କିଆ ନୋଟ୍‍ ମିଳୁନାହିଁ। ତେବେ ଆରବିଆଇ ନିର୍ଦ୍ଦେଶକ୍ରମେ ବ୍ୟାଙ୍କଗୁଡିକ ଏଟିଏମ୍‍ରେ ୨ ହଜାର ଟଙ୍କିଆ ନୋଟ୍‍ ଭରୁନାହାଁନ୍ତି। ୯୫ ପ୍ରତିଶତରୁ ଊର୍ଦ୍ଧ୍ବ ଏଟିଏମ୍‍ରୁ ୨ହଜାର ଟଙ୍କିଆ ନୋଟ୍‍ ପାଇଁ ଉଦ୍ଦିଷ୍ଟ ବିମ୍‍କୁ କାଢି ଦିଆଯାଇଛି। ଜିଲାସ୍ତରରେ ଚେଷ୍ଟ ବ୍ୟାଙ୍କ (ଟଙ୍କା ଉଠାଣ ପାଇଁ ଉଦ୍ଦିଷ୍ଟ ବ୍ୟାଙ୍କ)କୁ ଆରବିଆଇ ନିର୍ଦ୍ଦେଶ ପରେ ଚେଷ୍ଟ ବ୍ୟାଙ୍କରୁ ଶାଖା ବ୍ୟାଙ୍କକୁ ୨ ହଜାର ଟଙ୍କିଆ ନୋଟ୍‍ ଯାଉନାହିଁ।

ଏହାର ପ୍ରଚଳନକୁ ରୋକିବା ପାଇଁ ଆରବିଆଇ ନୋଟ୍‍କୁ ନିଜ ପାଖରେ ମହଜୁଦ କରୁଛି। ତେବେ ଏହି ନୋଟ୍‍ର ପ୍ରତିବଦଳରେ ନୂଆ ନୋଟ୍‍ ବଜାରକୁ ଛଡାଯାଉଥିବା ଜୈନକ ଆରବିଆଇ ଆସୋସିଏଟ ନିଜ ନାମ ଗୋପନ ରଖି କହିଛନ୍ତି।

 

Show More

Related Articles

Back to top button