Breaking PLUSଦେଶମୁଖ୍ୟ ଖବର

ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

ପାର୍ଟିକୁ ମିଳୁଥିବା ଚାନ୍ଦାର ରେକର୍ଡ ଏସବିଆଇ ମାର୍ଚ୍ଚ 6 ତାରିଖ ସୁଦ୍ଧା ନିର୍ବାଚନ ଆୟୋଗକୁ ଦେଉ- ସର୍ବୋଚ୍ଚ ନ୍ୟାୟାଳୟ
ନୂଆଦିଲ୍ଲୀ, 15 ଫେବୃଆରୀ – ସୁପ୍ରିମକୋର୍ଟ ଇଲେକ୍ଟ୍ରୋରାଲ ବଣ୍ଡକୁ ଅସମ୍ବାଧାନିକ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ବେଞ୍ଚ କହିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମସ୍ତ ପାର୍ଟିକୁ ମିଳୁଥିବା ଚାନ୍ଦା ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ନିର୍ବାଚନ ଆୟୋଗକୁ ରିପୋର୍ଟ ପ୍ରଦାନ କରୁ । ମାର୍ଚ୍ଚ 13 ସୁଦ୍ଧା ନିର୍ବାଚନ ଆୟୋଗ ଏହି ତଥ୍ୟ ୱେବସାଇଟରେ ପ୍ରକାଶ କରୁ । ଏବଂ ଯେଉଁ ବଣ୍ଡ ଏପର୍ଯ୍ୟନ୍ତ କ୍ୟାସ ହୋଇନାହିଁ, ରାଜନୈତିକ ଦଳ ସେଗୁଡିକୁ ବ୍ୟାଙ୍କରୁ ଫେରସ୍ତ କରୁ ।
ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଞ୍ଚର ଏହା ସର୍ବସମ୍ମତ ନିଷ୍ପତ୍ତି ଅଟେ । ସୁପ୍ରିମକୋର୍ଟ 2023, ନଭେମ୍ବର 2ରେ ଏହା ଉପରେ ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ନିର୍ବାଚନ କମିଶନ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ରାଜନୈତିକ ଦଳଠାରୁ ଫଣ୍ଡର ତଥ୍ୟ ନିଅନ୍ତୁ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପଚାରିଥିଲେ ଯେ, ଆମର ନିର୍ଦ୍ଦେଶ ସତ୍ତ୍ୱେ 2019 ପରେ କୌଣସି ଡାଟା କାହିଁକି ଦାଖଲ କରାଯାଇନାହିଁ ।

Show More

Related Articles

Back to top button