Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, 15 ଫେବୃଆରୀ – ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗୁରୁବାର ରିଟର୍ଣ୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକଙ୍କ ନିକଟରେ ସେ ନିଜର ୨ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବେ ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ମୋହନ ମାଝି, ବିଧାୟକ ନାଉରୀ ନାୟକ, ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାର୍ଥୀପତ୍ର ଦାଖଲ ଅବସରରେ ଆଉ ଥରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଆଶୀର୍ବାଦରୁ ଓଡ଼ିଶାର ସେବା କରିବି । ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ସବୁବେଳେ ସେବା ମନୋଭାବ ରହିଥାଉ । ଓଡ଼ିଶାକୁ ବିକଶିତ ପ୍ରଦେଶ କରିବା ମୋଦିଙ୍କ ପ୍ରୟାସକୁ ସାକାର କରିବି ।
ଗତକାଲି ବିଜେପି ପକ୍ଷରୁ ଓଡ଼ିଶାରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାମ ଘୋଷଣା କରାଯାଇଥିଲା। ଏହାର କିଛି ସମୟ ପରେ ବିଜେଡି ମଧ୍ୟ ଅଶ୍ବିନୀଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରିଥିଲା ।

Show More

Related Articles

Back to top button