Breaking PLUSଦେଶମୁଖ୍ୟ ଖବର

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପାଞ୍ଚଦିନ ପଚରାଉଚରା କରିବ ଇଡି

ରାଞ୍ଚି, ୨ ଫେବୃଆରୀ – ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ 5ଦିନ ଯାଏ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଇଡିର ସ୍ୱତନ୍ତ୍ର ନ୍ୟାୟଧୀଶ ଦିନେଶ ରାୟଙ୍କ କୋର୍ଟ ଶୁକ୍ରବାର ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ 5ଦିନ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିମାଣ୍ଡ ଅବଧି ଆଜିଠୁ ଆରମ୍ଭ ହୋଇଛି ।
ଏହାପୂର୍ବରୁ ଗୁରୁବାର ଇଡି ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ 10ଦିନ ପାଇଁ ରିମାଣ୍ଡରେ ନେବାକୁ ଅପିଲ କରିଥିଲା । ଏକ ଘଣ୍ଟା 32 ମିନିଟ ଯୁକ୍ତି ପରେ କୋର୍ଟ ନିର୍ଦ୍ଦେଶ ଦେବାକୁ ଶୁକ୍ରବାର ତାରିଖ ନିର୍ଦ୍ଧାରଣ କରିଥିଲେ ।

Show More

Related Articles

Back to top button