Breaking PLUSଦେଶମୁଖ୍ୟ ଖବର

କେଜରିୱାଲଙ୍କର ବ୍ୟକ୍ତିଗତ ସଚିବ ଓ ଆମ୍ ଆଦମୀ ପାର୍ଟି ସହିତ ଜଡିତ 10ଟି ଠିକଣାରେ ଇଡିର ଚଢାଉ

ନୂଆଦିଲ୍ଲୀ- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ଓ ଦଳ ସହିତ ଜଡିତ ଲୋକଙ୍କର 10ଟି ସ୍ଥାନରେ ଚଢାଉ କରିଛି । ଦଳ ପକ୍ଷରୁ ହେବାକୁ ଥିବା ପ୍ରେସ କନଫରେନ୍ସର ଠିକ୍ ପୂର୍ବରୁ ଏହି ରେଡ୍ କରାଯାଇଛି ।
କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର, ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲଭ କୁମାର ଓ ପାର୍ଟିର ରାଜ୍ୟସଭା ସଦସ୍ୟ ନାରାୟଣ ଦାସ ଗୁପ୍ତାଙ୍କ ସହିତ କିଛି ଲୋକଙ୍କ ଘରେ ରେଡ୍ ଚାଲିଛି ।

Show More

Related Articles

Back to top button