Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାପାନର ରାଜଧାନୀ ଟୋକିଓରେ ପ୍ରବଳ ବରଫପାତ

ସଡକ, ରେଳ ଓ ବିମାନ ସେବା ପ୍ରଭାବିତ, ବିଜୁଳି ଠପ୍

ଟୋକିଓ- ଜାପାନର ରାଜଧାନୀ ଟୋକିଓ ଓ ଏହାର ଆଖପାଖ ଅଞ୍ଚଳ ବରଫର ଧଳାଚାଦରରେ ଆଚ୍ଛାଦିତ ହୋଇଛି । ସୋମବାର ରାତିସାରା ବରଫପାତ ହୋଇଛି । ମଙ୍ଗଳବାର ସକାଳେ ବି ଅନେକ ସ୍ଥାନରେ ବରଫପାତ ହେଉଛି । ବରଫପାତ କାରଣରୁ ସଡକ, ରେଳ ଓ ବିମାନ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । କିଛି ସ୍ଥାନରେ ବିଜୁଳି ଯୋଗାଣ ଠପ୍ ହୋଇଯାଇଛି । ଅନ୍ୟ କିଛି ସ୍ଥାନରେ ବରଫପାତ ସହିତ ବର୍ଷା ମଧ୍ୟ ହୋଇଛି ।
ଜାପାନ ଗଣମାଧ୍ୟମ ଅନୁସାରେ, ସୋମବାର ଟୋକିଓ ସମେତ କାଣ୍ଟୋ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ସନ୍ଧ୍ୟାରେ ଟୋକିଓର 23 ୱାର୍ଡୋ ଓ କାଣ୍ଟୋ-କୋଶିନ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ରାତି 10.20 ମିନିଟ ପରଠାରୁ ତାପମାତ୍ରା 0.3 ଡିଗ୍ରୀ ସେଲସିୟସ ତଳକୁ ଖସିଛି । ମଙ୍ଗଳବାର 8ଟା ବେଳେ ତାପମାତ୍ରା 2.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Show More

Related Articles

Back to top button