ସ୍ୱାସ୍ଥ୍ୟ

ଫଳାହାର ସ୍ୱାସ୍ଥ୍ୟ ପାଇଁ ହିତକର, ଅଧିକ ଖାଇଲେ ଜାଣନ୍ତୁ ହେବ କ’ଣ?

ଖାଦ୍ୟ ସହ ନିୟମିତ କିଛି ଫଳ ଖାଇବାକୁ ପ୍ରାୟତଃ ପରାମର୍ଶ ଦିଆଯାଇଥାଏ। ବିଭିନ୍ନ ଫଳରେ ଭିଟାମିନ, ଖଣିଜ, ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଥାଏ। ଏଣୁ ଶରୀର ଲାଗି ଆବଶ୍ୟକ ପୋଷକ ତତ୍ୱ ଫଳରେ ଭରି ରହିଥାଏ।

ଫଳ ଖାଇବା ଯୋଗୁ ଆପଣଙ୍କୁ ବିଭିନ୍ନ ରୋଗର ବିପଦରୁ ମୁକ୍ତ ରଖିଥାଏ। ଏଣୁ ଏଥିଲାଗି କେହି କେବଳ ଫଳ ଖାଇ ଦିନ କଟାଇ ପାରିବେନି। ଏଥିରେ ଯଦି କେହି ଦିନକରେ ପ୍ରଚୁର ଫଳ ଖାଇ ଦିଅନ୍ତି ଆସନ୍ତୁ ଜାଣିବା କଣ ହେବ।ଉତ୍ତମ ସ୍ୱାସ୍ଥ୍ୟ ଲାଗି ବିଶେଷଜ୍ଞମାନେ ସବୁ ପ୍ରକାରର ଫଳ ଖାଇବାକୁ ପରାମର୍ଶ ଦିଅନ୍ତି। କାରଣ ଦୈନନ୍ଦିନ ଜୀବନରେ ଆମେ ଖାଉଥିବା ଖାଦ୍ୟ ଶରୀରର ସମସ୍ତ ପୋଷକ ଆବଶ୍ୟକତା ପୂରଣ କରିପାରିନଥାଏ। ତେବେ ଏହାର ଅର୍ଥ ନୁହେଁ ଆପଣ ଖାଦ୍ୟ ନ ଖାଇ ଦିନ ତମାମ ଫଳ ଖାଇବେ। ଅତ୍ୟାଧିକ ଫଳ ଖାଇବା ମଧ୍ୟ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇ ନ ପାରେ ଯେଉଁ ହୀତ ଲାଗି ଆମେ ଖାଉଛେ। ଏଣୁ ଫଳ ସର୍ବଦା ସଂଜମ ମାତ୍ରାରେ ଖାଇବାକୁ କୁହାଯାଏ।

ଅତ୍ୟାଧିକ ଫଳ ଖାଇବା ଯୋଗୁ ବ୍ଲଡ ସୁଗାର, ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ସମେତ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ଛଡା ଅନ୍ୟ ପ୍ରକାରର ଅସୁବିଧାରେ ମଧ୍ୟ ପଡିପାରନ୍ତି। ଫଳରେ ଫ୍ରୁଟକୋଜ ଥାଏ। ଯାହା ଶରୀରରେ ଅଚାନକ ରକ୍ତ ଶର୍କରା ବୃଦ୍ଧି କରିପାରେ। ଏଥିରେ ଡାୟବେଟିଜରେ ଆକ୍ରାନ୍ତ ଥିଲେ ଏହା ଗୁରୁତର ପରିସ୍ଥିତି ସୃଷ୍ଟି କରିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ପାଚନ ତନ୍ତ୍ର ନିୟମିତ ମାତ୍ରାରେ ଭୋଜନକୁ ପାଚନ କରିପାରେ। ଏଥିରେ ଫଳରେ ପ୍ରଚୁରମାତ୍ରାରେ ଫାଇବର ଥାଏ। ଯାହା ପାଚନ ଲାଗି କଷ୍ଟକର ହୋଇପଡେ।ଏପରି କ୍ଷେତ୍ରରେ ପ୍ରଚୁର ଫଳ ଖାଇଲେ ଡାୟରିଆରେ ଆକ୍ରାନ୍ତ ହେବାର ମଧ୍ୟ ଭୟ ଥାଏ। କେତେକ କ୍ଷେତ୍ରରେ ପେଟ ଫୁଲା, ଫାମ୍ପେଇବା, ଗ୍ୟାସ୍ ଓ ଅନ୍ତ ସମ୍ପର୍କିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ଏହା ଛଡା ଅତ୍ୟାଧିକ ଫଳ ଖାଇବା ଶାରୀରିକ ଓଜନ ବୃଦ୍ଧିର କାରଣ ମଧ୍ୟ ହୋଇପାରେ। ଏଣୁ ଖାଦ୍ୟରେ ଯଦିଓ ଫଳ ସେବନ ଲାଗି ପରାମର୍ଶ ଦିଆଯାଏ ତଥାପି ଏହାର ମାତ୍ରା ଯେପରି ସୀମିତ ରହେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

Show More

Related Articles

Back to top button