ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଆପଣ କିଣୁଥିବା ପରିବାରେ ଦିଆଯାଉଛି କି କ୍ୟାନ୍ସର କରାଉଥିବା ମେଲାକାଇଟ୍ ରଙ୍ଗ ?

ଏମିତି ଜାଣନ୍ତୁ-

ଆମର ଖାଦ୍ୟ ପଦାର୍ଥରେ ଭେଜାଲ୍ ଏକ ସାଧାରଣ କଥା ହୋଇଗଲାଣି । ନିଜକୁ ସୁସ୍ଥ ରଖିବା ପାଇଁ ସତେଜ, ସବୁଜ ପନିପରିବା ଜରୁରୀ । ବଜାରରୁ କିଣାଯାଇଥିବା ପନିପରିବାରେ ଭେଜାଲ ହୋଇଛି କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର । କିନ୍ତୁ ପନିପରିବା ସତେଜ, ସବୁଜ କି ନୁହେଁ ତାହା ଜାଣିବା ଆବଶ୍ୟକ, କାରଣ ଭେଜାଲ ପନିପରିବା ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।ଯଦି ଆପଣ ଚାହୁଁଛନ୍ତି ଅପମିଶ୍ରଣର ସାମାନ୍ୟତମ ଚିହ୍ନ ବି ସାମ୍ନାକୁ ଆସିଯାଉ, ତେବେ ଏଫଏସଏସଆଇ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ଉପାୟ ସେୟାର କରିଛି । ଯାହାଦ୍ୱାର ସବୁଜ ପନିପରିବାରେ ମାଲାକାଇଟ୍ ଗ୍ରୀନ୍ ଭେଜାଲ ଚିହ୍ନଟ କରି ଆପଣ ବାସ୍ତବତା ଜାଣିପାରିବେ ।

ମାଲାକାଇଟ୍ ଗ୍ରୀନ୍ କ’ଣ ?

ସବୁଜ ପନିପରିବା ଉପରେ ମାଲାକାଇଟ୍ ଗ୍ରୀନ୍ ନାମକ ଏକ ରାସାୟନିକ ପଦାର୍ଥ ସ୍ପ୍ରେ କରାଯାଏ । ଯାହାଫଳରେ ପନିପରିବା ସତେଜ ଏବଂ ଚକଚକିଆ ଦେଖାଯାଏ । ଅପମିଶ୍ରଣକାରୀ ମଧ୍ୟ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଅନ୍ୟ ଏକ ଉପାୟ କରିଥାନ୍ତି । କିଛି ଲୋକ ମାଲାକାଇଟ୍ ଗ୍ରୀନ୍ ର ଲିକ୍ୱିଡ୍ ମିଶ୍ରଣରେ ସବୁଜ ପନିପରିବା ବୁଡ଼ାଇଦିଅନ୍ତି । ଏହାଦ୍ୱାରା ପନିପରିବା ଅଧିକ ସବୁଜ ଦେଖାଯାଏ । କିନ୍ତୁ ମାଲାକାଇଟ୍ ଗ୍ରୀନ୍ କେମିକାଲ୍ କ୍ୟାନ୍ସର୍ କୋଷକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।ମାଲାକାଇଟ୍ ଗ୍ରୀନ୍ ବ୍ୟବହାର ଆଣ୍ଟିପ୍ରୋଟୋଜୋଏଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଔଷଧ ଭାବରେ ମାଛମାନଙ୍କ ଠାରେ ବ୍ୟବହାର ହୋଇଥାଏ । ସାଇନ୍ସ ଡାଇରେକ୍ଟ ୱେବସାଇଟ୍ ଅନୁଯାୟୀ, ଏହା ମତ୍ସ୍ୟ ପାଳନରେ ପରଜୀବୀ ନାଶକ ଭାବରେ ତଥା ଖାଦ୍ୟ, ସ୍ୱାସ୍ଥ୍ୟ, ବୟନ ଏବଂ ଅନ୍ୟାନ୍ୟ ଶିଳ୍ପରେ ଭାବରେ ବ୍ୟବହୃତ ହୋଇଥାଏ ।ଅପମିଶ୍ରଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏଫଏସଏସଆଇଟ୍ୱିଟର୍‌ରେ ଏକ ଭିଡିଓ ସେୟାର କରିଛି ।ପରାମର୍ଶ ଅନୁଯାୟୀ, କିଛି ତୁଳା ନେଇ ଲିକ୍ୱିଡ୍ ପାରାଫିନ୍‌ରେ ଭିଜାନ୍ତୁ । ଏହା ପରେ ପନିପରିବାର ଉପରେ ସେହି ତୁଳାକୁ ଘଷନ୍ତୁ । ଯଦି ତୁଳାରେ ରଙ୍ଗ ପରିବର୍ତ୍ତନ ନହୁଏ, ତେବେ ଏହା ଶୁଦ୍ଧ ଅଛି ଯଦି ଏଥିରେ ସବୁଜ ରଙ୍ଗ ଦେଖାଯାଏ ତେବେ ଜାଣିବେ ପନିପରିବାରେ ମାଲାକାଇଟ୍ ଗ୍ରୀନ୍ ବ୍ୟବହାର ହୋଇଛି ।

Show More

Related Articles

Back to top button