Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନରେ ଭୂକମ୍ପ ଝଟ୍‌କା, ଶତାଧିକ ଲୋକଙ୍କ ମୃତ୍ୟୁ

ବେଜିଂ, 19 ଡିସେମ୍ବର – ଚୀନରେ ସୋମବାର ରାତି ପ୍ରାୟ 12ଟା ବେଳେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପରେ ପ୍ରାୟ 111ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.2 ରହିଛି । ଚୀନ ଭୂକମ୍ପ ନେଟୱର୍କ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଝଟ୍‌କା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଚୀନର ଖବର କାଗଜ ଗ୍ଲୋବାଲ ଟାଇମ୍ସ ମୁତାବକ ଭୂକମ୍ପ ଯୋଗୁ ଉତ୍ତର-ପଶ୍ଚିମ ଚୀନର ଗାନସୁ ଅଞ୍ଚଳରେ ଶହେ ଓ କିଂଘଇ ଅଞ୍ଚଳରେ 11ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଭୂକମ୍ପ ପ୍ରପୀଡିତ ଅଞ୍ଚଳରେ ରେସକ୍ୟୁ ଅପରେସନ ଜାରି ରହିଛି । ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି ।
ଆଜି ସକାଳ ସୁଦ୍ଧା 3ଶହରୁ ଅଧିକ ଲୋକଙ୍କ ଚିକିତ୍ସା କରାଯାଇଛି । ଭୂକମ୍ପ ଯୋଗୁ କିଂଘଇ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ ତାପମାତ୍ରା ଶୂନ୍ୟରୁ 12 ଡିଗ୍ରୀ ତଳକୁ ରହିଥିବା ବେଳେ ଥଣ୍ଡାରେ ପ୍ରପୀଡିତମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Show More

Related Articles

Back to top button