Breaking PLUSଦେଶମୁଖ୍ୟ ଖବରରାଜନୀତି

ଡାକଘର ବିଧେୟକ-2023କୁ ସଂସଦରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, 18 ଡିସେମ୍ବର – ସୋମବାର ଦିନ ଡାକଘର ବିଧେୟକ 2023 ଲୋକସଭାରେ ପାରିତ ହୋଇଛି । ରାଜ୍ୟସଭାରେ ଏହି ବିଧେୟକ ପୂର୍ବରୁ ପାରିତ ହୋଇଥିଲା । ଏହାସହିତ ଏହି ବିଲକୁ ସଂସଦର ମଞ୍ଜୁରୀ ମିଳିଛି ।
ସଂଚାର ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ୱାନ ବିଧାୟକ ଉପରେ ଆଲୋଚନାର ଜବାବ ଦେଇ କହିଛନ୍ତି ଯେ, ଡାକ ବିଭାଗ ଅନ୍ତୋଦୟର ଅବଧାରଣାକୁ ପୂରା କରିବା ଦିଗରେ ପ୍ରଶଂସନୀୟ କାମ ହୋଇଛି । ଏବେ ଏହାକୁ ଭୂମିକାକୁ ବଦଳାଯାଇଛି ଏବଂ ଏହା ଅନୁସାରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ଡାକ ବିଭାଗ ଏବେ ବ୍ୟାଙ୍କିଂ ଓ ଅନ୍ୟ ସେବା ପ୍ରଦାନ କରୁଛି । ବିଧେୟକରେ ପରିବର୍ତ୍ତନ ଏହି ଦିଗରେ ସହାୟକ ହେବ ।
ଗତ ସାଢେ 9ବର୍ଷରେ ଡାକ ସେବା, ଡାକଘର କେବଳ ଚିଠିପତ୍ରରେ ସୀମିତ ନାହିଁ । ଏବେ ଡାକଘର ଗୋଟିଏ ପ୍ରକାର ବ୍ୟାଙ୍କ ଭାବେ କାମ କରୁଛି ।

Show More

Related Articles

Back to top button