ସ୍ୱାସ୍ଥ୍ୟ

ଶୀତଋତୁରେ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଉଛି କି ?

ଆପଣାନ୍ତୁ ଏହିସବୁ ଉପାୟ

ଶୀତଋତୁରେ ସାଧାରଣତଃ କୋଷ୍ଠ କାଠିନ୍ୟ ସମସ୍ୟା ଅଧିକାଂଶ ଲୋକଙ୍କର ଦେଖା ଯାଇଥାଏ l କାରଣ ଥଣ୍ଡା ଯୋଗୁଁ ପେଟ ସଫା ହୋଇ ନଥାଏ l ଯାହା ହେଉଛି ଗୋଟିଏ ବଡ ସମସ୍ୟା l ପେଟ ସଫା ନହେବା କାରଣରୁ ଦେହରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ଯେପରିକି ଅଣ୍ଟା ଧରିବା, ପେଟ ଫାମ୍ପିବା, ମୁଣ୍ଡ ବିନ୍ଧିବା ଏପରି ଅନେକ ସମସ୍ୟା l ଶୀତଋତୁରେ ଅଧିକାଂଶ ଲୋକ ମାଲ ତ୍ୟାଗ କରିବା କଷ୍ଟ କରି ଥାଆନ୍ତି l ଉଭୟ କୋଷ୍ଠ କାଠିନ୍ୟ ଓ ଗ୍ୟାସ ସମସ୍ୟା ମିଳିତ ଭାବରେ ଦେଖା ଯାଇଥାଏ l

ତେଣୁ କୋଷ୍ଠ କାଠିନ୍ୟ ସମସ୍ୟା ପାଇଁ ରହିଛି କିଛିଟା ଘରୋଇ ଉପାୟ :

* ଶୀତଋତୁରେ ଯଦି କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଉଛି ତେବେ ନିୟମିତ ସକାଳୁ ବେଲ ପତ୍ର ଖାଇବା ଆବଶ୍ୟକ l ନଚେତ ପ୍ରତିଦିନ ବେଲପତ୍ର ଓ ଗୁଡକୁ ବାଟି ନିଅନ୍ତୁ l କିନ୍ତୁ ଏହା କାଠୁଆ ହୋଇଥିବା ଉଚିତ l ଏହାକୁ ପ୍ରତିଦିନ ସନ୍ଧ୍ୟା ସମୟରେ ଖାଲି ପେଟରେ ସେବନ କରନ୍ତୁ ଓ ଏହାପରେ ରାତ୍ରି ଭୋଜନ ଖାଆନ୍ତୁ l ଦେଖିବେ ସକାଳୁ କୋଷ୍ଠ କାଠିନ୍ୟ ସମସ୍ୟା ରହିବ ନାହିଁ l

* ଶୀତଋତୁରେ ଗ୍ୟାସ ଓ କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦେଲେ ଜିରା ଓ ଜୁଆଣି ସେବନ କରିବା ଖୁବ ହିତକର l ଜୁଆଣି ଓ ଜିରାକୁ ସମାନ ପରିମାଣର ନେଇ ଉଷୁମ କରି ନିଅନ୍ତୁ l ଏଥିରେ ସାମାନ୍ୟ କଳା ଲୁଣ ମିଶାଇ ନିଅନ୍ତୁ l ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ସହିତ ସେବନ କରନ୍ତୁ l

* କୋଷ୍ଠ କାଠିନ୍ୟ, ବଦହଜମି ସମସ୍ୟା, ଗ୍ୟାସ, ପାଇଁ ତ୍ରିଫଳା ଚୁର୍ଣ ଖୁବ ହିତକର l ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ତ୍ରିଫଳା ଚୁର୍ଣ ସହିତ ଉଷୁମ ପାଣି ସେବନ କରନ୍ତୁ l ଏହାଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହେବ l

* ଗ୍ୟାସ ଓ କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ରାତିରେ ଭୋଜନ ସାରିବା ପରେ ଉଷୁମ ଦୁଗ୍ଧ ଓ ହଳଦୀ ସେବନ କରିବା ଖୁବ ହିତକର l ଏହା ପେଟ ସଫା ରଖିବା ସହିତ ଇମ୍ୟୁନିଟି ମଧ୍ୟ ବୃଦ୍ଧି କରିଥାଏ l

* ଶୀତଦିନେ ପେଟ ସଫା ହେଉ ନଥିଲେ ପ୍ରତିଦିନ ସକାଳେ ଓ ରାତିରେ ଖାଇ ସାରିବା ପରେ ପାନ ମଧୁରୀ ସହିତ ଉଷୁମ ପାଣି ସେବନ କରନ୍ତୁ l ଦେଖିବେ ଏଥିରୁ ଆରାମ ମିଳିବ ଓ ପେଟ ସଫା ହେବ l

Show More

Related Articles

Back to top button