ସ୍ୱାସ୍ଥ୍ୟ

ଥାଇରଏଡ ରୋଗୀ ମାନଙ୍କ ପାଇଁ ତୁଳସୀ ସେବନ ଖୁବ ଲାଭ ଦାୟକ

ଆସନ୍ତୁ ଜାଣିବାକୁ ପଢିବା ସମ୍ପୂର୍ଣ ଖବର-

ଥାଇରଏଡ ଆଜିକାଲିର ଗୋଟିଏ ସାଧାରଣ ସମସ୍ୟା ଅଟେ l ଏହି ରୋଗ ଶରୀରରେ ଆୟୋଡିନ କମିବା କାରଣରୁ ହୋଇଥାଏ l ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କ ନିକଟରେ ଅଧିକ ଥାଇରଏଡ ସମସ୍ୟା ଦେଖିବାକୁ ମିଳିଥାଏ l ଏହି ରୋଗ କାରଣରୁ ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ଦୁର୍ବଳ ମଧ୍ୟ ହୋଇ ଯାଇଥାଏ l ମୋଟାପଣ କାରଣରୁ ଶରୀରକୁ ଅନ୍ୟ ରୋଗ ମଧ୍ୟ ଆକ୍ରମଣ କରିଥାଏ l

ଥାଇରଏଡ ୨ ପ୍ରକାରର ହୋଇଥାଏ l ପ୍ରଥମଟି ହେଉଛି ହାଇପୋ ଥାଇରଏଡ ଓ ଅନ୍ୟଟି ହେଉଛି ହାଇପର ଥାଇରଏଡ l
– ଯଦି ଆପଣ ହାଇପୋ ଥାଇରଏଡ ସମସ୍ୟା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ତେବେ ଶରୀର ମୋଟା ହେବାକୁ ଲାଗିଥାଏ ଓ ନିଦ ଅଧିକ ଆସିଥାଏ l

– ହାଇପର ଥାଇରଏଡ ରେ ଆକ୍ରାନ୍ତ ହେଲେ ଓଜନ ହ୍ରାସ ହେବାକୁ ଲାଗିଥାଏ lନିଦ କମ ହେବ , ଗଣ୍ଠି ଯନ୍ତ୍ରଣା ଇତ୍ୟାଦି ଦେଖା ଦେଇଥାଏ l

– : ସତେଜ ତୁଳସୀ ପତ୍ରର ରସକୁ ବାହାର କରି ନିଅନ୍ତୁ l ଏହି ରସରେ ଅଧ ଚାମଚ ଏଲୋଭେରା ରସ ମିଶାଇ ନିୟମିତ ସେବନ କରନ୍ତୁ l ଏପରି ନିୟମିତ କରିବା ଦ୍ୱାରା ଥାଇରଏଡ ନିୟନ୍ତ୍ରିତ ହୋଇଥାଏ l

-: ଆପଣ ଯଦି ପାରିବେ ଦିନକୁ ୨ଥର ତୁଳସୀ ଚା ତାହା ପୁଣି ବିନା ଦୁଗ୍ଧରେ ସେବନ କରନ୍ତୁ l ଏହା ଛଡା ସକାଳୁ ଖାଲି ପେଟରେ ୨ ରୁ ୩ଟି ତୁଳସୀ ପତ୍ର ସେବନ କରନ୍ତୁ l ଥାଇରଏଡ ନିୟନ୍ତ୍ରିତ ରହିବ l

-:ତୁଳସୀ ଥାୟରୋକିସନ ସ୍ତରକୁ କମ କରିଥାଏ l ହାଇପୋ ଥାଇରଏଡ ରୋଗମାନେ ଅଧିକ ତୁଳସୀ ସେବନ କରିବା ଠିକ ନୁହେଁ l

Show More

Related Articles

Back to top button