Breaking PLUSଦେଶସଂସଦ

୧୨ ସାଂସଦଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ମନା କଲେ ରାଜ୍ୟସଭା ଅଧ୍ୟକ୍ଷ

ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ୧୨ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା । ଏନେଇ ବିରୋଧୀମାନେ ଗାନ୍ଧୀ ପ୍ରତିମା ନିକଟରେ ଧାରଣା ଦେଇଥିଲେ । ଏନେଇ ଆଜି ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏମପିଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇବା ସହ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ ।

ତେବେ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ । ସେ କହିଥିଲେ, ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ରହିଛି ଏବଂ ଏହା ମୁଁ କରିଛି । ଏହାକୁ ପ୍ରତ୍ୟାହାର କରିହେବ ନାହିଁ ବୋଲି ସେ କହିଥିଲେ । ନିଲମ୍ବିତ ୧୨ ସଦସ୍ୟଙ୍କ ମଧ୍ୟରେ ୬ଜଣ କଂଗ୍ରେସ, ୨ଜଣ ଟିଏମସି, ୨ଜଣ ଶିବସେନା ଓ ସିପିଆଇ ଓ ସିପିଏମରୁ ଜଣେ ଲେଖାଁଏ ରହିଛନ୍ତି ।

Show More

Related Articles

Back to top button