ସ୍ୱାସ୍ଥ୍ୟ

ଶୀତଋତୁରେ କୋଳଥ ଡାଲି ଖାଇବାର ଅଦ୍ଭୁତ ଲାଭ

ଡାଲି ହେଉଛି ପ୍ରୋଟିନ ର ଗୋଟିଏ ବଡ ସ୍ରୋତ ତା ସହିତ ଏହା ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ କୋଳଥ ଡାଲି ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର l

ଆମ ଓଡ଼ିଶାର ଗାଁ ଗହଳି ରେ କୋଳଥ ଡାଲି ଖୁବ ବ୍ୟବହାର କରାଯାଇ ଥାଏ l କୋଳଥ ଡାଲି ଶରୀରକୁ ପର୍ଯ୍ୟାପ୍ତ ପୋଷଣ ଯୋଗାଇବା ସହିତ ବିଭିନ୍ନ ରୋଗରୁ ମଧ୍ୟ ଦୂର କରିଥାଏ l

* ଥଣ୍ଡା ଓ ଜ୍ୱର ପାଇଁ – ଶୀତଋତୁରେ ପ୍ରାୟତଃ ସର୍ଦି କାଶ ଲାଗି ରହିଥାଏ l ଯଦି ଏପରି ହେଉଛି ତେବେ ଶୀତଋତୁ ରେ କୋଳଥ ଡାଲି ର ପ୍ରୟୋଗ ପାରମ୍ପରିକ ଭାବରେ କରାଯାଇ ଥାଏ l ଗବେଷକ ମାନଙ୍କ ମତରେ କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ l ଏହା ଶରୀର କୁ ଭିତରୁ ଗରମ ପ୍ରଦାନ କରିଥାଏ l ଗଳାର ସଂକ୍ରମଣ କୁ ଦୂର କରି କାଶ ଠିକ କରିଥାଏ l

* ମଧୁମେହ ଠାରୁ ଦୁରେଇ ରଖେ – ମଧୁମେହ ଗୋଟିଏ ଏପରି ରୋଗ, ଯାହା ଜୀବନ ଜାପାନ ପ୍ରଣାଳୀ ସହିତ ସମ୍ପୂର୍ଣ ଖାଦ୍ୟ ପ୍ରଣାଳୀ କୁ ବଦଳାଇ ଦେଇଥାଏ l ପ୍ରତିଦିନ ସକାଳୁ ଯଦି କୋଳଥ ଡାଲି କୁ ସିଝାଇ ତାର ପାଣିକୁ ଖାଲି ପେଟରେ ସେବନ କରିବେ ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ରହିବ l ଏହାକୁ ସେବନ କରିବା ପୂର୍ବରୁ ପେଟ ସମ୍ପୂର୍ଣ ସଫା ଥିବା ଆବଶ୍ୟକ l

* ମୋଟାପଣ ନିୟନ୍ତ୍ରିତ କରିଥାଏ – ଆଜିକାଲି ପ୍ରାୟ ସମସ୍ତେ ମୋଟାପଣ ଯୋଗୁଁ ଚିନ୍ତିତ ରହୁଛନ୍ତି l ଯଦି ଆପଣ ନିଜର ମୋଟାପା ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ କୋଳଥ ଡାଲି ଆପଣଙ୍କୁ ସାହାଯ୍ୟ କରିବ l ପ୍ରତିଦିନ ଯଦି ଆପଣ କୋଳଥ ଡାଲି ନିଜ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ଓଜନ ନିୟନ୍ତ୍ରିତ ହେବ l

* ହାର୍ଟ କୁ ସୁରକ୍ଷିତ ରଖେ – କୋଳଥ ଡାଲି ନିୟମିତ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଦୀୟ ସମସ୍ୟା ଦୂର ହୋଇଥାଏ l କୋଳଥ ଡାଲି ବ୍ଲଡ଼ କୁ ପତଳା କରି ଠିକ ଭାବରେ ଶରୀରରେ ରକ୍ତ ସଂଚାଳନ କରିଥାଏ ଓ ହୃତ୍ପିଣ୍ଡ ସୁରକ୍ଷିତ ରହିଥାଏ l

* କିଡ୍ନୀ ଷ୍ଟୋନ ପାଇଁ – କୋଳଥ ଡାଲି କିଡ୍ନୀ ଷ୍ଟୋନ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣା ରୁ ଜଣା ପଡିଛି କିଡ୍ନୀ ର ଷ୍ଟୋନ ପାଇଁ କୋଳଥ ଡାଲି ଖୁବ ହିତକର l କୋଳଥ ଡାଲି ରେ ଆଣ୍ଟି ଅକ୍ସିଡାଂଟ ଥାଏ ଯାହା ଶରୀରର ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହା ବ୍ୟତୀତ କିଡ୍ନୀ ରୁ ସ୍ତନ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ ନଚେତ ସ୍ତନ ହେବାକୁ ଦେଇ ନଥାଏ l

* କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିଥାଏ – କୋଳଥ ଡାଲି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇଥାଏ l ଏହା ଶରୀରରେ ଖରାପ କୋଲେଷ୍ଟ୍ରଲ କୁ କମାଇ ଭଲ କୋଲେଷ୍ଟ୍ରଲ ର ବୃଦ୍ଧି କରିଥାଏ l କାରଣ କୋଳଥ ଡାଲି ରେ ପ୍ରଚୁର ପରିମାଣ ରେ ଫାଇବର ଭରି ହୋଇ ରହିଛି l

* ତ୍ୱଚା ପାଇଁ – କୋଳଥ ଡାଲି ରେ ଫ୍ଲେବୋନାଏଡ଼ ରହିଛି ଯାହା ତ୍ୱଚାକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ କିରଣରୁ ରକ୍ଷା କରିଥାଏ l ତେଣୁ କୋଳଥ ଡାଲି ନିୟମିତ ଖାଇବା ଖୁବ ହିତକର l

Show More

Related Articles

Back to top button