ଓଡ଼ିଶାଦେଶସ୍ୱତନ୍ତ୍ର

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଜି-୨୦ ଅଧ୍ୟକ୍ଷତାକୁ ନେଇ ହେବାକୁ ଥିବା ବୈଠକରେ ଦେବେ ଯୋଗ

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଅଧ୍ୟକ୍ଷତା ବୈଠକରେ ହେବେ ସାମିଲ୍ । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆସନ୍ତା ୬ ତାରିଖରେ ସେ ଭୁବନେଶ୍ୱର ଫେରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ରହିବ । ଯାହାଦ୍ୱାରା ଭାରତର ଐତିହ୍ୟକୁ ବିଶ୍ୱସମୁଦାୟ ସମ୍ମୁଖରେ ଉପସ୍ଥାପନ କରାଯାଇ ପାରିବ । ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କିର୍ତ୍ତୀରାଜି ସ୍ଥାନରେ ୫ଟି ବୈଠକ ଆୟୋଜିତ ହେବ । ଏହିସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କର ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ପାଞ୍ଚଟି ବୈଠକ ଭିତରୁ ତାଜମହଲ ନିକଟରେ ଦୁଇଟି ବୈଠକ ହେବ ।

ସୂଚନାଯୋଗ୍ୟ ଯେ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ଭାରତ ଜି-୨୦ର ଅଧ୍ୟକ୍ଷ ରହିବ । ଏହି ଅବଧିରେ ଦେଶର ବିଭିନ୍ନ ସହରର ୨୧୫ଟି ବୈଠକ ଅନୁଷ୍ଠିତ ହେବ ।

 

 

 

Show More

Related Articles

Back to top button