ଦେଶସ୍ୱତନ୍ତ୍ର

ଡ୍ରୋନ୍‌ ଉତ୍ପାଦନ ସଂଯୁକ୍ତ ପିଏଲ୍‌ଆଇ ସ୍କିମ୍‌କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଡ୍ରୋନ୍‌ ଉତ୍ପାଦନ ସଂଯୁକ୍ତ ପିଏଲ୍‌ଆଇ ସ୍କିମ୍‌କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି । ଡ୍ରୋନ୍‌ ଏବଂ ଡ୍ରୋନ୍‌ ଉପକରଣ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍‌କୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର । ଏହାକୁ ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୧୨୦ କୋଟି ଟଙ୍କାର ପୁଞ୍ଜିବରାଦ କରାଯାଇଛି ।

ଅଂଶୀଦାରମାନଙ୍କ ସହ ଆଲୋଚନା ଏବଂ ବୈଠକ ପରେ ଡ୍ରୋନ ଏବଂ ଡ୍ରୋନ ଉପକରଣ ପାଇଁ ପିଏଲ୍‌ଆଇ ସ୍କିମ୍‌ ନିମନ୍ତେ ପରିଚାଳନାଗତ ମାର୍ଗଦର୍ଶିକା ଚୂଡ଼ାନ୍ତ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଡ୍ରୋନ୍‌ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ।

Show More

Related Articles

Back to top button