ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଦହି ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ପ୍ରତିଦିନ ଦହି ଖାଇବା ଏକ ଭଲ ଅଭ୍ୟାସ ଅଟେ । କାରଣ ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।

ପିଆଜ ସହ ଦହି – ଅଧିକାଂଶ ଲୋକ ପିଆଜ ସହ ଦହି ମିଶାଇ ଖାଇବାକୁ ଭଲ ପାଆନ୍ତି । ସାଲାଡରେ ମଧ୍ୟ କେହି କେହି ଦହି ପିଆଜ ଏକତ୍ର ଖାଇଥାନ୍ତି । ଦହି ସହିତ ପିଆଜ ମିଶାଇ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ । ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଯେପରିକି କୁଣ୍ଡେଇ ହେବା, ଏଗ୍‌ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହେବା ଆଶଙ୍କା ରହିଛି ।

ଡାଲି ଓ ଦହି – ସେହିପରି ଡାଲି ଓ ଦହି ମିଶାଇ ଖାଇବା ଦ୍ୱାରା ମଧ୍ୟ ଆମ ଶରୀରରେ କୁପ୍ରଭାବ ପଡିଥାଏ । ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ୍‌ ଭଳି ବିଭିନ୍ନ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇପାରେ ।

ତେଲ ଯୁକ୍ତ ଖାଦ୍ୟ ସହ ଦହି – ତେଲ ଯୁକ୍ତ ଖାଦ୍ୟ ସହ ଦହି ଆଦୌ ଖାଇବା ଉଚିତ୍ ନୁହେଁ । ବିଭିନ୍ନ ଲୋକେ ପରଟା ଓ କାକୁଡ଼ି ସହ ଦହି ଖାଇବାକୁ ପସନ୍ଦ କରନ୍ତି  କିନ୍ତୁ ଏଭଳି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ।ଏହାଦ୍ୱାରା ଆପଣଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ |

ଆଇଁସ ସହ ଦହି – ଯଦି ଆଇଁସ ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ | ଦହି ଏବଂ ଆଇଁସ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ | ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହବା ସହ ଖାଦ୍ୟ ହଜମ ହେବାରେ ବିଭିନ୍ନ ପ୍ରକାର ଅସୁବିଧା ହୋଇପାରେ |

କ୍ଷୀର ଏବଂ ଦହି – ସେହିପରି , କ୍ଷୀର ଏବଂ ଦହିକୁ (Milk and curd)ଏକାଠି ଖାଇବା ଉଚିତ୍ ନୁହେଁ | ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ | ଖାଇବା ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ |

Show More

Related Articles

Back to top button