ସ୍ୱାସ୍ଥ୍ୟ

ଅଣ୍ଡା ଚୋପାକୁ ବେକାର ଭାବି ଫୋପାଡି ଦେଉଛନ୍ତି କି ?

କରନ୍ତୁ ଏହିସବୁ ସମସ୍ୟାର ସମାଧାନ

ପ୍ରୋଟିନ ରେ ଭରପୁର ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ , କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ ଯାହାକୁ ଆମେ ଅଳିଆ ବୋଲି ଭାବୁଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଛୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର ଦୈନଦିନ ଜୀବନର କିଛି ସମସ୍ୟାକୁ ଦୁରକରିଥାଏ । ଆପଣଙ୍କୁ ଏହା ଶୁଣିବାକୁ ଖରାପ ଲାଗିଥିଲେ ମଧ୍ୟ ସତ୍ୟ ଅଟେ ।ଆସନ୍ତୁ ଜାଣିବା ଏହି ଅଣ୍ଡା ଚୋପା ବିଷୟରେ ।

* ଅଧିକ ଅସନା ଓ କଳା ହୋଇଯାଇଥିବା ବସନକୁ ଅଣ୍ଡା ଚୋପା ଦ୍ବାରା ଖୁବ୍ ସହଜରେ ସଫା କରାଯାଇଥାଏ । ଆପଣ ଯେକୌଣସି ବାସନ ମଜା ଲିକୁଇଡ ବ୍ୟବହାର କରୁଛନ୍ତି ସେଥିରେ କିଛି ପରିମାଣରେ ଅଣ୍ଡା ଚୋପା ଗୁଣ୍ଡ ପକାନ୍ତୁ ଏବଂ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣରେ ଆପଣ ତେଲାଯୁକ୍ତ ଓ କଳା ବାସନକୁ ମାଜିବା ଦ୍ବାରା ସଫା ହୋଇଯାଇଥାଏ ।

* ଅଣ୍ଡା ଚୋପାର ବ୍ୟବହାର ତ୍ଵଚା ସହିତ ଯୋଡି ହୋଇଥିବା ସମସ୍ୟା ପାଇଁ ମଧ୍ୟ କରାଯାଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଅଣ୍ଡା ଚୋପା ତ୍ଵଚରେ ବ୍ୟବହାର କରିବା ଦ୍ଵାରା ତ୍ଵଚାରେ ଚମକ ଆସିଥାଏ । ପ୍ରଥମେ ଅଣ୍ଡା ଚିପାକୁ ଖରାରେ ଭଲରେ ଶୁଖାଇ ଦିଅନ୍ତୁ ଏବଂ ଭଲରେ ଗୁଣ୍ଡକରି ନିଅନ୍ତୁ । ତାପରେ ଏଥିରେ କିଛି ଭୋନେଗାର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହି ପେଷ୍ଟକୁ ତ୍ୱଚାରେ ଲଗାଇବା ଦ୍ବାରା ତ୍ଵଚାର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
* ଅସନା ଲୁଗାପଟାକୁ ସଫା କରିବା ପାଇଁ ଅଣ୍ଡା ଚୋପାର ବ୍ୟବହାର କରାଯାଇଥାଏ ।ଲୁଗାର ଚମକ ବଢ଼ାଇବାରେ ଅଣ୍ଡା ଚୋପା ସାହାଯ୍ୟ କରିଥାଏ । ଗୋଟିଏ ବଲ୍ଟିରେ କିଛି ଅଣ୍ଡା ଚୋପାର ଗୁଣ୍ଡ ନେଇ ପକାନ୍ତୁ ,ପରେ ଏଥିରେ ପାଣି ଢ଼ାଳନ୍ତୁ ,ଏହାର ଚମକ ପାଇଁ ଲୁଗାକୁ ରାତିସାରା ସେହି ପାଣିରେ ବୁଡାଇ ରଖନ୍ତୁ । ସକାଳୁ ସେହି ଲୁଗାକୁ ସଫା କାରଣରୁ ଦେଖିବେ ଲୁଗାପଟାର ଚମକ ବଢିଯିବ ।
* ଅଣ୍ଡା ଚୋପାକୁ ପରିବାପତ୍ର ନିକଟରେ ଓ ଅନ୍ୟ ଶସ୍ୟ ଜାତୀୟ ନିକଟରେ ରଖିବା ଦ୍ବାରା ପୋକ ହୋଇନଥାଏ । ତାସହିତ ଘରୁ ଝିଟିପିଟି କୁ ଭଗେଇବା ପାଇଁ ଅଣ୍ଡା ଚୋପାର ବ୍ୟବହାର କରାଯାଏ । ଯେଉଁ ସ୍ଥାନରେ ଝିଟିପିଟି ହେଉଛନ୍ତି ସେହି ସ୍ଥାନରେ ଅଣ୍ଡା ଚୋପା ଗୁଣ୍ଡ ଛିଞ୍ଚିବା ଦ୍ବାରା ଝିଟିପିଟି ଦୂରେଇ ଯାଇ ଥାଆନ୍ତି ।

Show More

Related Articles

Back to top button