Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ତିନି ଦିନିଆ ଭାରତ ଗସ୍ତରେ ଡୋମିନିକନ ରିପବ୍ଲିକ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ-ଡୋମିନିକନ ରିପବ୍ଲିକର ଉପରାଷ୍ଟ୍ରପତି ରକେଲ ପେନା ରୋଡ୍ରିଗ୍ଜ 3ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ରକେଲ ପେନା । ଏହାସହିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ ରକେଲ । ସେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସରେ ଭାରତ-ଡୋମିନିକାନ୍ ରିପବ୍ଲିକ୍ ସମ୍ପର୍କ ଉପରେ ଏକ ବକ୍ତୃତା ପ୍ରଦାନ କରିବେ।

ଭାରତୀୟ ବିଦେଶ ମନ୍ତ୍ରାଳୟର ସୂଚନା ମୁତାବକ ରକେଲ 3ରୁ5 ଅକ୍ଟୋବର ପର୍ଯ୍ୟନ୍ତ ଭାରତରେ ରହିବେ । ସେ ଜଗଦୀପ ଧନଖଡଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଛନ୍ତି । ଡୋମିନିକନ ରିପବ୍ଲିକର କୌଣସି ଉପରାଷ୍ଟ୍ରପତିଙ୍କର ଏହା ପ୍ରଥମ ଭାରତ ଗସ୍ତ ଅଟେ ।

Show More

Related Articles

Back to top button