Breaking PLUSଦେଶମୁଖ୍ୟ ଖବର

ବିହାରରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ହଙ୍ଗାମା

ବେଗୁସରାୟ- ବିହାରର ବେଗୁସରାୟରେ କିଛି ଅସାମାଜିକ ବ୍ୟକ୍ତି ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି । ଯାହାପରେ ଏଠାରେ ଅଶାନ୍ତି ଦେଖାଦେଇଛି । ଡଣ୍ଡାରୀ ଥାନା ଅନ୍ତର୍ଗତ ରାଜୋପୁର-କଟରମାଳା ଅଟୋ ଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି ଘଟଣା । ଅଟୋ ଷ୍ଟାଣ୍ଡ ନିକଟରେ ଦୀର୍ଘଦିନରେ ଏହି ପ୍ରତିମା ଥିଲା । ତେବେ ରାତିରେ କିଛି ଅସାମାଜିକ ଦୁର୍ବୃତ୍ତ ଏହାକୁ ଭାଙ୍ଗି ଦେଇଛନ୍ତି । ତେବେ ସକାଳୁ ସକାଳୁ ଲୋକେ ମର୍ଣ୍ଣିଂ ୱାର୍କ ପାଇଁ ବାହାରିବା ବେଳେ ମୂର୍ତ୍ତି ଭାଙ୍ଗିଥିବା ଦେଖି ହଙ୍ଗାମା କରିଛନ୍ତି । ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ଏଠାରେ ହଙ୍ଗାମା କରିଛନ୍ତି । ମୂର୍ତ୍ତି ଭାଙ୍ଗିଥିବା ଦୁର୍ବୃତ୍ତକୁ ଗିରଫ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଲୋକେ ଦାବି କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି ଯେ, ଡଣ୍ଡାରୀ ଥାନା ଅଞ୍ଚଳରେ ଡକ୍ଟର ଆମ୍ବେଦକରଙ୍କର ମୂର୍ତ୍ତି ଭଙ୍ଗାଯାଇଛି । ଖବର ମିଳିବା ପରେ ଏସଡିଓ, ଡିଏସପି, ସିଆଇ ଏବଂ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଖପାଖ ଥାନାରୁ ପୋଲିସକୁ ମଧ୍ୟ ପଠାଯାଇଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଛି । ତେବେ ମୂର୍ତ୍ତି ଭାଙ୍ଗିବା ଘଟଣା କେହି ଦେଖିନାହାନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

Show More

Related Articles

Back to top button