Breaking PLUSଓଡ଼ିଶାଦେଶ ବିଦେଶପୂଜା ପାର୍ବଣମୁଖ୍ୟ ଖବର

ବସନ୍ତ ପଞ୍ଚମୀ ଦିନ ଏହି କାମ କରନ୍ତୁ ନାହିଁ, ମାତା ସରସ୍ୱତୀ ହୋଇଯିବେ ଅସନ୍ତୁଷ୍ଟ ଓ ଘରେ ଉପୁଜିବ କଳହ

ମାଘ ମାସ ଶୁକ୍ଳପକ୍ଷରେ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ଅନୁଷ୍ଠିତ ହୋଇଥାଏ l ଏହି ଖାସ ଦିନଟିକୁ ବିଶେଷ ଭାବରେ ବିଦ୍ୟା ଦାତ୍ରୀ ସରସ୍ବତୀଙ୍କ ପୂଜା ପାଇଁ ପାଳନ କରାଯାଇ ଥାଏ l

ଚଳିତ ଥର ବସନ୍ତ ପଞ୍ଚମୀ ଫେବୃଆରୀ ୫ତାରିଖ ଦିନ ଅନୁଷ୍ଠିତ ହେବ l ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ମା ସରସ୍ବତୀ ଙ୍କର ସୃଷ୍ଟି ହୋଇଥିଲା l ଏହିଦିନ ଅନେକ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ l ଯେପରିକି ବିବାହ, ନୂଆ କାର୍ଯ୍ୟ ଆରମ୍ଭ କରିବା, ଗୃହ ପ୍ରବେଶ, କିମ୍ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରାଯାଇ ଥାଏ l

* ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗକୁ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇଥାଏ l ମାନ୍ୟତା ରହିଛି ଯେ ଏହିଦିନ ଯେତେବେଳେ ମାତା ସରସ୍ୱତୀ ଆବିର୍ଭାବ ହୋଇଥିଲେ ସେହି ସମୟରେ ନାଲି,ହଳଦିଆ ଓ ନୀଳ ରଙ୍ଗର ସମ୍ଭାର ହୋଇଥିଲା l ସର୍ବ ପ୍ରଥମେ ହଳଦିଆ ରଙ୍ଗର ଆବିର୍ଭାବ ହୋଇଥିଲା, ତେଣୁ ସରସ୍ୱତୀଙ୍କ ର ପ୍ରିୟ ରଙ୍ଗ ହଳଦିଆ ଅଟେ l କଳା, ବାଇଗଣୀ କିମ୍ବା ଅନ୍ୟ କୌଣସି ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ l

* ଏହିଦିନ ସକାଳୁ ଉଠି ହଳଦୀ ଲଗାଇ ମହିଳା ମାନେ ସ୍ନାନ କରିବା ଆବଶ୍ୟକ l ବିନା ହଳଦୀରେ ସ୍ନାନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ ସରସ୍ୱତୀଙ୍କ ଆଶୀର୍ବାଦରୁ ବଂଚିତ ହୋଇ ଥାଆନ୍ତି l

* ନିଜ ସନ୍ତାନ ମାନଙ୍କ ମୁଣ୍ଡରେ ଖାଲି ଚନ୍ଦନ ଲଗାଇବା ଉଚିତ ନୁହେଁ l ହଳଦୀ ସହତ ଚନ୍ଦନ ଓ ଅକ୍ଷତ ମିଶାଇ ଲଗାଇଲେ ସରସ୍ୱତୀଙ୍କ କୃପା ଲାଭ ହୋଇଥାଏ ଓ ଜ୍ଞାନର ବିକାଶ ହୋଇଥାଏ l

 

* ଏହିଦିନ ପିତା ଜିନିଷ ନିଜେ ଖାଇବା ଉଚିତ ନୁହେଁ କିମ୍ବା ଅନ୍ୟକୁ ଦେବା ଉଚିତ ନୁହେଁ l ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ l

* ଏହିଦିନ ଘରେ କୌଣସି ପ୍ରକାରର କଳହ, ଝଗଡା କିମ୍ବା ଗଣ୍ଡଗୋଳ ହେବା ଉଚିତ ନୁହେଁ l କାରଣ ଏପରି ହେବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁ ବଂଚିତ ହେବେ l

* ବସନ୍ତ ଋତୁର ଆରମ୍ଭ ବସନ୍ତ ପଞ୍ଚମୀ ଠାରୁ ହୋଇଥାଏ l ସେଥିପାଇଁ ଏହିଦିନ ଗଛବୃକ୍ଷ କାଟିବା ଉଚିତ ନୁହେଁ l ଏହିଦିନ ଯଦି ଆପଣ ଗଛ ବୃକ୍ଷ କାଟିବେ ତେବେ ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ବଂଚିତ ହେବେ l

* ବସନ୍ତ ପଞ୍ଚମୀ ଦିନ ଜ୍ଞାନର ଦେବୀ ସରସ୍ବତୀଙ୍କ ପୂଜା ହୋଇ ଥିବାରୁ ସନ୍ଧ୍ୟା ସମୟରେ କଦାପି ଘରର ମୁଖ୍ୟ ଦ୍ୱାରକୁ ଅନ୍ଧାର କରିବା ଉଚିତ ନୁହେଁ l ଏହା ଦ୍ୱାରା ନକାରାତ୍ମକ ଶକ୍ତି ଗୃହକୁ ପ୍ରବେଶ କରିଥାଏ l

Show More

Related Articles

Back to top button