Breaking PLUSଓଡ଼ିଶାଦେଶ ବିଦେଶପୂଜା ପାର୍ବଣମୁଖ୍ୟ ଖବର

ଆଜି ହେଉଛି ପବିତ୍ର ବସନ୍ତ ପଞ୍ଚମୀ

ଜ୍ଞାନର ଦେବୀ ସରସ୍ବତୀ ଓ କର୍ମଫଳଦାତା ଶନି ଦେବଙ୍କୁ ଏଭଳି କରନ୍ତୁ ସନ୍ତୁଷ୍ଟ ଓ ଜୀବନରେ ଲାଭ କରନ୍ତୁ ସଫଳତା

ଚଳିତ ବର୍ଷ ହିନ୍ଦୁ ପରମ୍ପରା ଅନୁସାରେ ଫେବୃଆରୀ ୫ ତାରିଖ ଶନିବାର ଦିନ ବସନ୍ତ ପଞ୍ଚମୀ ପଡୁଛି l ଏହି ଦିନଟି ଗୋଟିଏ ମହତ୍ଵପୁର୍ଣ ଦିନ l ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସରସ୍ବତୀ ପୂଜା ବା ଶ୍ରୀ ପଞ୍ଚମୀ ଅନୁଷ୍ଠିତ ହୋଇଥାଏ l ଏହି ଦିନଟି ମଧ୍ୟ ଚଳିତ ବର୍ଷ ଶନିଦେବଙ୍କ ପାଇଁ ବିଶେଷ ଯୋଗ ରହିଛି l ତେଣୁ ମାନ୍ୟତା ଅନୁସାରେ ଏହିଦିନଟି ଶୁଭ ଦିନ ହୋଇ ଥିବାରୁ ଅନେକ ମଙ୍ଗଳ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ l

* ଚଳିତ ବର୍ଷ ବସନ୍ତ ପଞ୍ଚମୀ ସହିତ ଶନିବାର ହୋଇଥିବା କାରଣରୁ ଆପଣ ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ନିହାତି ଜରୁରୀ l ଏହାପରେ ସରସ୍ୱତୀଙ୍କୁ ଅକ୍ଷତ ଡୁବେଘାସ ଓ ସୋରିଷ ଫୁଲ ଅର୍ପଣ କରନ୍ତୁ l ଏହିଦିନ ବିଶେଷ ଯୋଗ ହେଉଥିବା କାରଣରୁ ଶନିଦେବଙ୍କ ନିକଟରେ ଅଖଣ୍ଡ ଦୀପ ଜଳାନ୍ତୁ ଦୂର ହେବ ଜୀବନର ସମସ୍ତ ଦୁଃଖ l

* ଜ୍ଞାନର ଦେବୀ ମାତା ସରସ୍ବତୀଙ୍କ ଆଶୀର୍ବାଦ ପାଇବା ପାଇଁ ଓ ଶନିଦେବଙ୍କ କୃପା ଲାଭ କରିବା ପାଇଁ ଘରର ମୁଖ୍ୟ ଦ୍ୱାରା ରେ ଘିଅ ଦୀପ ଜଳାନ୍ତୁ l ଏହାଦ୍ୱାରା ଘରର ସମସ୍ତ ବିଘ୍ନ ଦୂର ହେବ l ଦୀପ ତଳେ ଚାଉଳ ଦେବାକୁ ଭୁଲନ୍ତୁ ନାହିଁ l ଏହାଦ୍ୱାରା ଐଶ୍ୱର୍ଯ୍ୟ ଲାଭ ହୋଇଥାଏ l

 

* ଶନିଦେବଙ୍କ କୃପା ଲାଭ କରିବା ପାଇଁ ଏହିଦିନ ବିଶେଷ ଯୋଗ ରହିଛି l ତେଣୁ ଶନି ମନ୍ଦିରରେ ଲୁହା ଜିନିଷ ଅର୍ପଣ କରନ୍ତୁ ଓ ମାତା ସରସ୍ବତୀଙ୍କ କୃପା ଲାଭ କରିବା ପାଇଁ ହଳଦୀ ପକା ଯାଇଥିବା ଖେଚୁଡ଼ି ପ୍ରସ୍ତୁତ କରି ଗାଈ କୁ ଖାଇବାକୁ ଦିଅନ୍ତୁ l

* ଚଳିତ ଥର ସରସ୍ବତୀ ପୂଜା ଶନିବାର ହେଉ ଥିବା କାରଣରୁ ଉଭୟ ଶନିଦେବ ଓ ମାତା ସରସ୍ବତୀଙ୍କ କୃପା ଲାଭ କରିବା ପାଇଁ ମକର ରାଶି, ମିଥୁନ,ତୁଳା, ଧନୁ, ଓ କୁମ୍ଭ ରାଶି ପାଇଁ ଶୁଭ ସମୟ ଦେଖା ଯାଇଛି l ତେଣୁ ଏହି ରାଶିର ବ୍ୟକ୍ତିମାନେ ସ୍ନାନ ଦାନ ଭଳି ମହତ କାର୍ଯ୍ୟ କରିବା ଆବଶ୍ୟକ l

* ମାନ୍ୟତା ରହିଛି ଯେ ଏହିଦିନ ବିଦ୍ୟାର୍ଥୀ ମାନେ ସରସ୍ବତୀ ଓ ଶନିଦେବଙ୍କ ପୂଜା କରିବା ଦ୍ୱାରା ଜୀବନରେ ଉନ୍ନତି ଲାଭ କରିବେ ଓ ସଫଳତା ପ୍ରାପ୍ତି କରିବେ l

Show More

Related Articles

Back to top button