Breaking PLUSବଲିଉଡମୁଖ୍ୟ ଖବରସେଲିବ୍ରିଟିସ୍ୱାସ୍ଥ୍ୟ

ପୁଣି ବିଗିଡିଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ,ଭେଣ୍ଟିଲେଟରରେ ହେଲେ ଭର୍ତ୍ତି

ପୁଣି ବିଗିଡିଲା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ

ପୁଣି ବିଗିଡିଲା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ । ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ପକ୍ଷରୁ ମିଳିଥିବା ସୁଚନାନୁସାରେ, ସୁନାମଧନ୍ୟ ଗାୟିକା ଏବେ ପୁଣି ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଭେଣ୍ଟିଲେଟର ଲଗାଇ ଅବଜରଭେସନରେ ରଖାଯାଇଛି । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନିୟମିତ ଭାବେ ଯାଞ୍ଚ କରୁଛନ୍ତି ।

ସୂଚନା ଅନୁଯାୟୀ , କିଛି ଦିନ ପୂର୍ବରୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବାରୁ ମୁମ୍ବାଇସ୍ଥିତ ବ୍ରିଚ୍ ବ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛିବିନ ତାଙ୍କର ଚିକିତ୍ସା ହେବାପରେ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । କିନ୍ତୁ ଏବେ ପୁଣିଥରେ ଲତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଛି ।

“ନାଇଟିଙ୍ଗଲ ଅପ୍ ଇଣ୍ଡିଆ” ଭାବେ ସୁପରିଚିତ ଲତା ୧୩ ବର୍ଷ ବୟସରୁ  ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ଏଯାବତ୍ ହିନ୍ଦୀ ବ୍ୟାତୀତ ଅନେକ ଭାରତାୟ ଭାଷାରେ ଗୀତ ଗାଇଛନ୍ତି । ତାଙ୍କୁ ବର୍ତ୍ତମାନ ୯୨ ବର୍ଷ ହୋଇଥିବା ବେଳେ ତାଙ୍କ ଶରୀରରେ ଅନେକ ସମସ୍ୟା ରହିଛି । ଏହା ଭିତରେ ସାରା ଦେଶରେ ଥିବା କୋଟି କୋଟି ପ୍ରଶଂସକ ତାଙ୍ଗ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Show More

Related Articles

Back to top button