Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରାଜଘାଟ ଯାଇ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ: ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ । ଦିଲ୍ଲୀରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟ, ବରିଷ୍ଠ ଅଧିକାରୀ, ବିଶ୍ୱ ସଙ୍ଗଠନର ମୁଖ୍ୟ ଆଜି ସକାଳେ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କର ବିନମ୍ର ଅଭିବାଦନ କରିଛନ୍ତି ।

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମିଶେଲ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲ୍ୱିନିସ, ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ, କୋମୋରୋସ ସଂଘର ରାଷ୍ଟ୍ରପତି ଓ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଅଜାଲୀ ଓସୋମାନୀ, ଆର୍ଜେଣ୍ଟିନୀ ରାଷ୍ଟ୍ରପତି ଅଲବର୍ଟ ଫର୍ଣ୍ଣାଣ୍ଡିଜ, ସ୍ପେନ ଉପରାଷ୍ଟ୍ରପତି ନାଦିଆ କେଲ୍ୱିନୋ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ, ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ, ମିଶରର ରାଷ୍ଟ୍ରପତି ଅବଦୁଲ ଫତହ ଅଲ-ସିସି, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର କୁମାର ଜୁଗନାଥ, ଓମାନର ଉପପ୍ରଧାନମନ୍ତ୍ରୀ ଅସଦ ବିନ ତାରିକ ବିନ ତୈମୁର ଅଲ ସୈଦ, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟ୍ରଡ୍ରୋସ ଏଡନୋମ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜାର୍ଜିବା, ଏସିଆନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ମାସାତ୍ସୁଗୁ ଅସକାଭା, ଜର୍ମାନ ଚାନସେଲର ବଲୋକ ସ୍କୋଲ୍ଜ, ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁ.ସୁକ ୟେଓଲ, ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନାର ପ୍ରଧାନମନ୍ତ୍ରୀ ଲି.କିୟାଙ୍ଗ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ , ତୁର୍କ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ରାଜଘାଟ ପରିଦର୍ଶନ କରିଛନ୍ତି ।

Show More

Related Articles

Back to top button