Breaking PLUSଦେଶ ବିଦେଶମୁଖ୍ୟ ଖବର

ଜି-20 ସମ୍ମିଳନୀରୁ କିଛି ସମୟର ବିରତୀ ନେଇ ଅକ୍ଷରଧାମକୁ ଗଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ

‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସୂଚନା ଅନୁସାରେ ନୂଆଦିଲ୍ଲୀରେ ଚାଲିଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସୁନକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏବଂ ଏହା ହେଉଛି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ।

ସେ ସସ୍ତ୍ରୀକ ଦିଅଁ ଦର୍ଶନ କରିବା ପାଇଁ ଯାଇଥିବାରୁ ମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା ଆହୁରି କଠୋର କରାଯାଇଥିଲା।ଏକ ଘରୋଇ ରିପୋର୍ଟ ଅନୁଯାଇ ସେ କହିଛନ୍ତି, ମୁଁ ଜଣେ ପରିତୃପ୍ତ ହିନ୍ଦୁ। ମୁଁ ହିନ୍ଦୁ ରୀତିନୀତିରେ ଲାଳିତପାଳିତ ହୋଇଥିଲି ଏବଂ ଏବେ ସେ ରୀତିନୀତି ପାଳନ କରୁଛି। ଅଳ୍ପ ଦିନ ତଳେ ଆମେ ରକ୍ଷାବନ୍ଧନ ପାଳନ କରିଥିଲୁ। ମୋ ଭଉଣୀ ଓ ସମ୍ପର୍କୀୟ ଭଉଣୀମାନେ ରାଖି ପଠାଇଥିଲେ। କିନ୍ତୁ ଜନ୍ମା‌ଷ୍ଟମୀ ପାଳିବା ପାଇଁ ସମୟ ହେଲାନାହିଁ। ଆଶା କରୁଛି ଏବେ ମନ୍ଦିର ଦର୍ଶନ କଲେ ତାହା ପୂରଣ ହୋଇଯିବ।

ହିନ୍ଦୁ କୁଳରେ ଜନ୍ମ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରି ଗତକାଲି ଋଷି କହିଥିଲେ, ଭାରତରେ କୌଣସି ମନ୍ଦିର ଦର୍ଶନ କରିବା ଲାଗି ସମୟ ବାହାର କରିବୁ। ସେ ଆହୁରି ମଧ୍ୟ କହିଥିଲେ କି, ସେ ଓ ତାଙ୍କ ସ୍ତ୍ରୀ ଅକ୍ଷତା ଦିଲ୍ଲୀର କେତେକ ରେସ୍ତୋରାଁକୁ ଖାଇବା ଲାଗି ଯିବା ପାଇଁ ଯୋଜନା କରିଛନ୍ତି, ବିଶେଷ କରି ସେମାନେ ଆଗରୁ ବରାବର ଯାଉଥିବା ରେସ୍ତୋରାଁଗୁଡ଼ିକୁ।

Show More

Related Articles

Back to top button