Breaking PLUSଦେଶମୁଖ୍ୟ ଖବର

ଏୟାର ଇଣ୍ଡିଆ ଉପରେ 1.10 କୋଟି ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ, 24 ଜାନୁଆରୀ -ଡିଜିସିଏ ଏୟାର ଇଣ୍ଡିଆ ଉପରେ 1.10 କୋଟି ଟଙ୍କାର ଜରିମାନା ଲଗାଇଛି । ଡିଜିସିଏ ଟାଟା ଅଧୀକୃତ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ ଉପରେ ସୁରକ୍ଷା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଏହି ଜରିମାନା ଲଗାଇଛି ।
ବୁଧବାର ଡିଜିସିଏ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଏୟାର ଇଣ୍ଡିଆ ଏୟାରଲାଇନ୍ସ ଉପରେ 1.10 କୋଟି ଟଙ୍କାର ଜରିମାନା ଲଗାଯାଇଛି । ବିମାନ ନିୟାମକ ମୁତାବକ ଏକ ଏୟାରଲାଇନ କର୍ମଚାରୀଙ୍କ ଠାରୁ ସ୍ୱୈଚ୍ଛିକ ସୁରକ୍ଷା ରିପୋର୍ଟ ମିଳିଥିଲା । ଏହି ରିପୋର୍ଟରେ ଏୟାର ଇଣ୍ଡିଆ ଏୟାରଲାଇନ ଉପରେ କିଛି ଲମ୍ବା ଦୂରର ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଉଡାଣରେ ସୁରକ୍ଷା ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଥିଲା । ଏହାପରେ ଡିଜିସିଏ ଏହାର ଯାଂଚ କରିଥିଲା ।

Show More

Related Articles

Back to top button