Breaking PLUSଦେଶମୁଖ୍ୟ ଖବର

ବିରୋଧୀ ମେଣ୍ଟକୁ ମମତାଙ୍କ ଝଟ୍‌କା, ଏକୁଟିଆ ନିର୍ବାଚନ ଲଢିବା ନେଇ ଘୋଷଣା

କୋଲକାତା, 24 ଜାନୁଆରୀ -ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଏକଜୁଟ ହୋଇଥିବା ବିରୋଧୀ ଦଳଗୁଡିକର ଇଂଡି ମେଣ୍ଟକୁ ଜୋରଦାର ଝଟ୍‌କା ଲାଗିଛି । ମେଣ୍ଟରେ ସାମିଲ ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀ ବୁଧବାର ,କୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ।
ପୂର୍ବ ବର୍ଦ୍ଦବାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ତାଙ୍କ ଦଳ ପଶ୍ଚିମବଙ୍ଗରେ କାହା ସହିତ ମେଣ୍ଟ କରିବ ନାହିଁ, ନିଜେ ଏକୁଟିଆ ନିର୍ବାଚନ ଲଢିବ । ମମତାଙ୍କ ମୁତାବକ, ଟିଏମସି ପଶ୍ଚିମବଙ୍ଗରେ କାହା ସହ ମେଣ୍ଟ କରିବ ନାହିଁ । ପଶ୍ଚିମବଙ୍ଗରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । କଂଗ୍ରେସ ଏ ସମ୍ପର୍କରେ ତାଙ୍କ ସହ କୌଣସି ଚର୍ଚ୍ଚା କରିନାହିଁ । ମମତା କହିଛନ୍ତି ଯେ, ତାଙ୍କ ପକ୍ଷରୁ ଯାହା ପ୍ରସ୍ତାବ ଦିଆଯାଇଥିଲା, ସେମାନେ ଗ୍ରହଣ କରିନାହାନ୍ତି । କଂଗ୍ରେସର ପଶ୍ଚିମବଙ୍ଗରେ କୌଣସି ନେଣଦେଶ ନାହିଁ । ପ୍ରଥମ ଦିନରୁ ହିଁ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି ।

Show More

Related Articles

Back to top button