Breaking PLUSଦେଶମୁଖ୍ୟ ଖବର

ଆସାମ ମୁଖ୍ୟମନ୍ତ୍ରୀ ଘୃଣା ବ୍ୟାପ୍ତ କରନ୍ତି ଏବଂ ଭୂମି ଉପରେ କବ୍‌ଜା କରନ୍ତି- ରାହୁଲ ଗାନ୍ଧି

ବରପେଟା, 24 ଜାନୁଆରୀ – କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ଆସାମ ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ଘୃଣା ବ୍ୟାପ୍ତ କରିଥାନ୍ତି ଏବଂ ଅନ୍ୟପଟେ ଭୂମି ଉପରେ କରିଥାନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସକାଳେ ଉଠିବା ମାତ୍ରେ ହିଁ ଘୃଣା ଖେଳାଇଥାନ୍ତି ଏବଂ ଲୋକେ ଯେତେବେଳେ ଏପଟେ ସେପଟେ ଦେଖନ୍ତି, ସେ ତାଙ୍କ ପକେଟରୁ ପଇସା କାଢିନିଅନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ବୁଧବାର ରାଜ୍ୟର ବରପେଟାରେ ଜନସମୂହକୁ ସମ୍ବୋଧିତ କରିଛନ୍ତି । ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ହେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଆପଣ ପାନ ଖାଆନ୍ତୁ ତାହା ହେଲେ ଗୁଆ ବ୍ୟବସାୟ ମୁଖ୍ୟମନ୍ତ୍ରୀଙ୍କର । ପ୍ରତି ପାଦରେ ଲୋକଙ୍କ ପକେଟରୁ ପଇସା କାଢୁଛନ୍ତି । ଏହି ସଭାରେ ରାହୁଲ ଗାନ୍ଧି ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ ।

Show More

Related Articles

Back to top button