Breaking PLUSଦେଶମୁଖ୍ୟ ଖବର

ପରୀକ୍ଷା ପେ ଚର୍ଚ୍ଚା ପାଇଁ ରେକର୍ଡ 2.26 କୋଟି ପଞ୍ଜିକରଣ

ନୂଆଦିଲ୍ଲୀ, 24 ଜାନୁଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ ‘ପରୀକ୍ଷା ପେ ଚର୍ଚ୍ଚା 2024’ ପାଇଁ ମାଇଗଭ ପୋର୍ଟାଲରେ ରେକର୍ଡ 2.26 କୋଟି ପଞ୍ଜିକରଣ ହୋଇଛି । ଏହା ଦେଶର ଛାତ୍ରଙ୍କ ମଧ୍ୟରେ ବ୍ୟାପକ ଉତ୍ସାହକୁ ଦର୍ଶାଇଛି, ଯେଉଁମାନେ କି ଏହି ବିଶିଷ୍ଟ କାର୍ଯ୍ୟକ୍ରମରେ ଭାଗ ନେବେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ଅଛନ୍ତି ।
ବୁଧବାର ଶିକ୍ଷା ମନ୍ତ୍ରାଳ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜାନୁୟାରୀ 29 ସକାଳ 11ଟାରେ ଭାରତ ମଣ୍ଡପମ, ଆଇଟିବିପି, ପ୍ରଗତି ମୈଦାନ, ନୂଆଦିଲ୍ଲୀର ଟାଉନ ହଲରେ ଆୟୋଜିତ କରାଯିବ । କାର୍ଯ୍ୟକ୍ରମରେ ପ୍ରାୟ 3ହଜାର ପ୍ରତିଭାଗୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 2ଜଣ ଛାତ୍ର, ଜଣେ ଶିକ୍ଷକ ଓ କଳା ଉତ୍ସବ ବିଜେତାଙ୍କୁ ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି । ଦେଶର ବିଭିନ୍ନ ଅଞ୍ଚଳରୁ ଏକଲବ୍ୟ ମଡେଲ ଆବାସୀୟ ବିଦ୍ୟାଳୟର ଶହେ ଜଣେ ଛାତ୍ର ସ୍ଥାପନା ପରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ।

Show More

Related Articles

Back to top button