ଓଡ଼ିଶାସ୍ୱାସ୍ଥ୍ୟ

ଗଞ୍ଜାମରେ କାୟା ବିସ୍ତାର କରୁଛି ଡେଙ୍ଗୁ,ଏଯାବତ୍ ୧୪୦ଡେଙ୍ଗୁ ପଜିଟିଭ ଚିହ୍ନଟ

ଗଞ୍ଜାମରେ କାୟା ବିସ୍ତାର କରୁଛି ଡେଙ୍ଗୁ । ତେବେ ପୁଣିଥରେ ୫ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକର ୩ଜଣ ରହିଥିବା ବେଳେ ଜଣେ ଶେରଗଡ ବ୍ଲକର ଓ ଅନ୍ୟଜଣେ ବ୍ରହ୍ମପୁର ମହାନଗର ନିଗମର । ଏଯାବତ୍ ଚିହ୍ନଟ ହେଲେଣି ସମୁଦାୟ ୧୪୦ଡେଙ୍ଗୁ ପଜିଟିଭ । ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଚେତନ କରାଯାଉଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

Show More

Related Articles

Back to top button