Breaking PLUSଦେଶମୁଖ୍ୟ ଖବର

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାର ଯାଂଚ ପାଇଁ ଦିଲ୍ଲୀ ପୋଲିସକୁ ମିଳିଲା 45ଦିନ ଅତିରିକ୍ତ ସମୟ

ନୂଆଦିଲ୍ଲୀ, 11 ମାର୍ଚ୍ଚ – ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ସଂସଦର ସୁରକ୍ଷାରେ ତ୍ରୁଟି ମାମଲାର ଯାଂଚ ପାଇଁ ଦିଲ୍ଲୀ ପୋଲିସକୁ 45ଦିନ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ଅତିରିକ୍ତ ସେସନ୍ସ ଜଜ ହରଦୀପ କୌର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ପୋଲିସ ପଟିୟାଲା ହାଉସ କୋର୍ଟରେ ପିଟିସନ ଦାୟର କରି ମାମଲାର ତଦନ୍ତ ପାଇଁ 90ଦିନ ସମୟ ଦେବାକୁ ଦାବି କରିଥିଲେ । ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଥିଲା, ଏହି ମାମଲାରେ କିଛି ରିପୋର୍ଟର ଅପେକ୍ଷା ରହିଛି ଓ ଡିଜିଟାଲ ଡାଟା ଅନେକ ଭଲ୍ୟୁମରେ ଅଛି । ଏହାପୂର୍ବରୁ ଜାନୁୟାରୀ 5ରେ କୋର୍ଟ ଅଭିଯୁକ୍ତଙ୍କ ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Show More

Related Articles

Back to top button