ଦେଶମନୋରଞ୍ଜନ

‘ସିଙ୍ଘମ ଏଗେନ୍‌’ ରେ ଲେଡି ସିଙ୍ଘମ୍‌ ଭାବେ ନଜର ଆସିବେ ଦୀପିକା ପାଦ୍ୟୁକୋନ

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍‌’ । ଏହି ପ୍ରୋଜେକ୍ଟରେ ଲେଡି ସିଙ୍ଘମ୍‌ ଭାବେ ନଜର ଆସିବେ ଦୀପିକା ପାଦ୍ୟୁକୋନ। ତାଙ୍କ ସହ ଅଜୟ ଦେବଗନ୍ ପୂର୍ବ ପରି ସେ ନିଜର ଲୋକପ୍ରିୟ ଚରିତ୍ର ବାଜିରାଓ ସିଙ୍ଘମ ତୁଲାଇବେ।।

ଅନ୍ୟପଟେ ପ୍ରଥମ ଥର ପାଇଁ ରୋହିତଙ୍କ ଏହି ସରିଜରେ ଜଣେ ମହିଳା ପୋଲିସ ଅଫିସର ନଜର ଆସିବେ । ଏହାସହିତ ଅଜୟ ଦେବଗନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏବେ ଦୀପିକାଙ୍କୁ ଲେଡି ସିଂଘମ ଅବତାରରେ ଦେକିବା ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ଯାଇଛି ।

୨୦୧୧ରେ ‘ସିଙ୍ଘମ’ ପ୍ରଥମ ଥର ଲାଗି ରିଲିଜ ହୋଇଥିଲା। ଏହାକୁ ବେଶ ପସନ୍ଦ କରାଯିବା ପରେ ୨୦୧୪ରେ ‘ସିଙ୍ଘମ ରିଟର୍ନସ’ ଆସିଥିଲା। ହେଲେ ‘ସିଙ୍ଘମ ଏଗେନ୍‌’ରେ ପ୍ରଥମ ଥର ଲାଗି ଜଣେ ଅଭିନେତ୍ରୀଙ୍କୁ ପୋଲିସ ଭୂମିକାରେ ଦେଖିବାକୁ ମିଳିବ।

Show More

Related Articles

Back to top button