ସ୍ୱାସ୍ଥ୍ୟ

ଡାର୍କ ଚକୋଲେଟ୍: କୋଲେଷ୍ଟ୍ରଲ୍ କମ୍ କରିବା ସହିତ ଦେଇଥାଏ ଏହିସବୁ ଫାଇଦା

ଆସନ୍ତୁ ଜାଣିବା କଣ ସେସବୁ

ଚକୋଲେଟର ନାମ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ, କିନ୍ତୁ ଓଜନ ବୃଦ୍ଧି ହେତୁ କିଛି ଲୋକ ଚକୋଲେଟରୁ ଦୂରେଇ ରଖନ୍ତି । ଯଦି ଆପଣ ଏହି କାରଣରୁ ଚକୋଲେଟ୍ ଖାଇବାକୁ ଡରୁଛନ୍ତି, ତେବେ ଆପଣ ଆପଣଙ୍କର ଡାଏଟ୍ ତାଲିକାରେ ଡାର୍କ ଚକୋଲେଟ୍ ଯୋଗ କରିପାରିବେ। ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏଥିରୁ ମିଳୁଥିବା ଅନ୍ୟାନ ଫାଇଦା ବିଷୟରେ…
ହୃତପିଣ୍ଡ ପାଇଁ ଲାଭଦାୟକ:

ଚକୋଲେଟ୍ ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ । ଡାର୍କ ଚକୋଲେଟ୍ ହୃଦଘାତର ଆଶଙ୍କା ୫୦% ଏବଂ କରୋନାରି ରୋଗର ୧୦% ହ୍ରାସ କରିଥାଏ, ତେଣୁ ସୀମିତ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ଶରୀରର କ୍ଷତି ହୋଇନଥାଏ ।

ନିମ୍ନ ରକ୍ତଚାପ:

ନିମ୍ନ ରକ୍ତଚାପରେ ଡାର୍କ ଚକୋଲେଟ୍ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।

କୋଲେଷ୍ଟ୍ରଲ୍ କମାଇଥାଏ:

କମ୍ ଚକୋଲେଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ପରିମାଣ କମିଥାଏ । ଏହା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ କରିବା ସହିତ ଗୁଡ୍ କୋଲେଷ୍ଟ୍ରଲ ତିଆରି କରିବାରେ ସାହାଯ୍ୟ କରିଥାଏ ।

ଡିପ୍ରେସନ୍ କମ୍ କରିଥାଏ:

ଚକୋଲେଟରେ ସେରୋଟୋନିନ୍ ର ଉପସ୍ଥିତି ହେତୁ ଏହା ଆମ ମନକୁ ସତେଜ ରଖିବା ସହିତ ଚାପକୁ ଦୁର କରିଥାଏ ।

Show More

Related Articles

Back to top button