ବାଣିଜ୍ୟ

ମହଙ୍ଗା ହେଲା ଟାଟା କାର, ଶନିବାରଠୁ ଲାଗୁ ହେବ ନୂଆ ଦାମ୍‌

ଶନିବାରଠୁ ବଢ଼ିବ ଟାଟା କାର ଦାମ୍ । ମେ’ ୮ରୁ ସମସ୍ତ କାର ଉପରେ ଦାମ ବଢ଼ାଇବାକୁ ନେଇ ଘୋଷଣା କରିଛି ଟାଟା ମୋଟର୍ସ

ବିଭିନ୍ନ ମଡେଲ ଉପରେ ଦାମ ବଢ଼ାଇବ କମ୍ପାନୀ। କଞ୍ଚା ମାଲ୍‌ ଆମଦାନୀ ଖର୍ଚ୍ଚ ବଢ଼ୁଥିବାରୁ ଦର ଦାମ୍‌ ବୃଦ୍ଧି କରାଯାଇଛି। କିନ୍ତୁ ଆଜି ଅର୍ଥାତ ଏହା ପୂର୍ବରୁ କାର ବୁକ୍‌ କରିଥିବା ଗ୍ରାହକଙ୍କୁ ଦାମ ବୃଦ୍ଧିରୁ ବାଦ ଦିଆଯାଇଛି।ସମସ୍ତ କାର ଉପରେ ଅତିକମ୍‌ରେ ୧.୮ ପ୍ରତିଶତ ଦାମ ବୃଦ୍ଧି କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଦର ବୃଦ୍ଧି ବିଭିନ୍ନ ମଡେଲ୍‌ ଏବଂ ଭାରିଏଣ୍ଟ ଉପରେ ନିର୍ଭର କରିବ।

ଟାଟା ମୋଟର୍ସର ଯାତ୍ରୀ ବାହନ ବ୍ୟବସାୟ ଅଧ୍ୟକ୍ଷ ଶୈଳେନ୍ଦ୍ର ଚନ୍ଦ୍ର କହିଛନ୍ତି, ଇସ୍ପାତ ଏବଂ ଅନ୍ୟ ଧାତୁର ମୂଲ୍ୟ ବୃଦ୍ଧିକୁ କିଛି ମାତ୍ରାରେ ଭରଣା କରିବାକୁ ଉତ୍ପାଦର ମୃଲ୍ୟ ବୃଦ୍ଧି କରିବାକୁ ପଡ଼ିଛି। କିନ୍ତୁ ଯେଉଁ ଗ୍ରାହକ ପୂର୍ବରୁ ବୁକିଂ କରିଛନ୍ତି ସେମାନଙ୍କୁ ଏହି ମୂଲ୍ୟ ବୃଦ୍ଧିରୁ ବାଦ ଦିଆଯିବ ବୋଲି ସେ କହିଛନ୍ତି।ଟାଟା ମୋଟର୍ସ ସଫାରି, ହ୍ୟାରି୍ୟର ଏବଂ ନିକ୍ସନ ଭଳି କାର ବିକ୍ରି କରୁଛି। ଏହି ସବୁ କାର ଉପରେ ୮ ମେ’ରୁ ମୂଲ୍ୟ ବୃଦ୍ଧି ଲାଗୁ ହେବ ବୋଲି ଶୈଳେନ୍ଦ୍ର ଚନ୍ଦ୍ର କହିଛନ୍ତି। ଟାଟା ମୋଟର୍ସର ହ୍ୟାଚବ୍ୟାକ୍‌ କାର ଟିଆଗୋରୁ ନିକଟରେ ବଜାର ପ୍ରବେଶ କରିଥିବା ସଫାରି ଏସୟୁଭି ରହିଛି। ଏହାର ଦିଲ୍ଲୀ ଏକ୍ସ ସୋରୁମ୍‌ ମୂଲ୍ୟ ୪.୮୫ଲକ୍ଷରୁ ୨୧.୪ ଲକ୍ଷ ପର୍ଯ୍ୟନ୍ତ ରହିଛି।

Show More

Related Articles

Back to top button