Breaking PLUSଓଡ଼ିଶାପାଣିପାଗ

ଅବପାତରେ ପରିଣତ ହେଲା ବାତ୍ୟା ‘ଜୱାଦ’

ବାତ୍ୟା ‘ଜୱାଦ’ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ପୁରୀଠାରୁ ୫୦ କିମି ଦୂରରେ ରହିଛି ‘ଜୱାଦ’ । ଘଣ୍ଟାପ୍ରତି ୧୮ କିମି ବେଗରେ ‘ଜୱାଦ’ ଅଗ୍ରସର ହେଉଛି । ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରୁଛି ‘ଜୱାଦ’ । ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ୱେଲମାର୍କରେ ପରିଣତ ହେବ ।

ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ଲାଗି ରହିଛି । ‘ଜୱାଦ’ ପ୍ରଭାବରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ଯାଏ ବହୁଛି । ଅନ୍ୟପଟେ ଉତ୍ତର ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ । ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଢ଼େଙ୍କାନାଳ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button