Breaking PLUSଦେଶପାଣିପାଗ

ପଶ୍ଚିମବଙ୍ଗ ମୁହାଁ ହୋଇଛି ‘ଜଓ୍ୱାଦ’

‘ଜଓ୍ୱାଦ’ ସଂପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା । ପୁରୀ ଠାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ଜଓ୍ୱାଦ । ଆଉ ୩ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅପରାହ୍ନ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଜୱାଦ । ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ । ରାତି ସୁଦ୍ଧା ୱେଲ୍ ମାର୍କଡ୍ ଲୋ ପ୍ରେସର ହୋଇ ପଶ୍ଚିମବଙ୍ଗ ପହଞ୍ଚିବ ।

ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ପାରାଦୀପରେ ୩ ଘଣ୍ଟା ମଧ୍ୟରେ ୫୬ ମିମି ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି ।

ସାମୁଦ୍ରିକ ବାତ୍ୟା ଜଓ୍ୱାଦ ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡିକରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଗଂଜାମ ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୧୦୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଛତ୍ରପୁରରେ ୮୬.୬ ମିମି ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ରେକର୍ଡ ହୋଇଛି ହୋଇଛି । ଜଓ୍ୱାଦ ପ୍ରଭାବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବର୍ଷା ନେଇ ଟୁଇନ୍ ସିଟି ଲାଗି ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ଜାରି ।

Show More

Related Articles

Back to top button