Breaking PLUSଦେଶମୁଖ୍ୟ ଖବର

ଜାନୁଆରୀରେ ତୃତୀୟ ଲହର! ଦ୍ୱିତୀୟ ଲହର ତୁଳନାରେ ଏହା କମ ଘାତକ ହେବ, କିନ୍ତୁ ଓମିକ୍ରନ୍ ଭ୍ୟାରିଆଣ୍ଟ ଯୋଗୁଁ ଏହା ବିପଦପୂର୍ଣ୍ଣ ହୋଇପାରେ!

କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଓମିକ୍ରନ୍‌ ଏବେ ଗୋଟିଏ ଦେଶରୁ ଅନ୍ୟ ଦେଶଗୁଡିକୁ ବ୍ୟାପିବାରେ ଲାଗିଲାଣି । ବର୍ତ୍ତମାନ ଭାରତରେ ମଧ୍ୟ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ତେଣୁ ଏଥିରୁ ଜଣାପଡୁଛି ଯେ ଏହା ଦେଶରେ ତୃତୀୟ ଲହର ଆସିବାର ସଂକେତ ପ୍ରଦାନ କରୁଛି ।

ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୫ ଜଣ ଓମିକ୍ରନ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ବିଶେଷଜ୍ଞଙ୍କ କହିବା କଥା ଯେ, ଆସନ୍ତା ବର୍ଷ ଜାନୁଆରୀ ଶେଷ ସପ୍ତାହ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଦେଶରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ପିକ୍‌ରେ ରହିପାରେ । ଅର୍ଥାତ ଏହା ହେଲେ ଭାରତରେ କରୋନା ସଂକ୍ରମଣ ତୀବ୍ର ମାତ୍ରାରେ ବୃଦ୍ଧି ପାଇବ । IITର ବରିଷ୍ଠ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ତାଙ୍କର ନୂଆ ଅଧ୍ୟୟନରେ ଏହି ଦାବି କରିଛନ୍ତି ।

ବିଶ୍ୱର ଅନେକ ବଡ ବଡ ବୈଜ୍ଞାନିକଙ୍କ ମତରେ ଆସନ୍ତା ଜାନୁଆରୀ ମାସ ଶେଷ ସୁଦ୍ଧା ଭାରତରେ କରୋନା ପୁଣି ଥରେ କାୟା ବିସ୍ତାର କରିବ । ଅବଶ୍ୟ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଏତେଟା ଘାତକ ହେବ ନାହିଁ ତଥାପି ଓମିକ୍ରନ୍ ଭ୍ୟାରିଆଣ୍ଟ ଯୋଗୁଁ ଏହା ବିପଦପୂର୍ଣ୍ଣ ହୋଇପାରେ । ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ନିଜ ଅଧ୍ୟୟନରୁ ଦାବି କରିଛନ୍ତି ଯେ, ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର କମ ଘାତକ ହେବ । ନିଜ ଗାଣିତିକ ମଡେଲ ସୂତ୍ର ଆଧାରରେ ଏପରି ଦାବି କରିଛନ୍ତି ପ୍ରଫେସର ଅଗ୍ରଓ୍ୱାଲ । ପୂର୍ବରୁ ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ୱାଲ ହିଁ ନିଜ ଅଧ୍ୟୟନ ବଳରେ କହିଥିଲେ ଯେ, ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବ ।

ତୃତୀୟ ଲହର ଆସିବା ନେଇ ପ୍ରଫେସୀ ଅଗ୍ରଓ୍ୱାଲ ଯେଉଁ ଆକଳନ କରିଥିଲେ ତାହା ସତ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା ଓମିକ୍ରନ୍‌ ଭ୍ୟାରିଆଣ୍ଟ ହିଁ ତୃତୀୟ ଲହରର ମୁଖ୍ୟ କାରଣ ହେବ ବୋଲି ସେ କହିଛନ୍ତି । ଏହା ସହିତ ତୃତୀୟ ଲହର ଯେତେବେଳେ ପିକ୍‌ରେ ରହିବ ସେତେବେଳେ ଭାରତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଦେଢ ଲକ୍ଷ ଯାଏଁ ରହିବାର ସମ୍ଭାବନା ରହିଛି ।

ତେବେ ଆଶ୍ୱସ୍ତୀକର ତଥ୍ୟ ଯାହାକି ପ୍ରଫେସର ଅଗ୍ରଓ୍ୱାଲଙ୍କ ଅଧ୍ୟୟନରୁ ଜଣାପଡିଛି ତାହା ହେଉଛି ତୃତୀୟ ଲହର ଛୋଟ ଛୋଟ ପିଲାମାନଙ୍କ ଉପ​‌ରେ କମ ପ୍ରଭାବ ପକାଇବ । ଶିଶୁଙ୍କ ଶରୀରରେ ଲକ୍ଷଣ ମଧ୍ୟ କମ ଦେଖାଯିବ । ଯଦି ବି ଶିଶୁ କରୋନାରେ ସଂକ୍ରମିତ ହୁଅନ୍ତି ତେବେ ସେମାନେ ଖୁବଶୀଘ୍ର ଏହାକୁ ମାତ୍‌ ଦେବେ । ଏହା ସହିତ ସେ ଆଉ ଏକ ଆଶ୍ୱସ୍ତୀକର ତଥ୍ୟ ଦେଇଛନ୍ତି । ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ମଧ୍ୟ ହେବେ । ସେମାନଙ୍କ ଶରୀରରେ କମ ଲକ୍ଷଣ ଦେଖାଯିବ । ଦ୍ୱିତୀୟ ଲହର ଅପେକ୍ଷା ଅଧିକ ଚିନ୍ତାଜନକ ହେବ ନାହିଁ । ଏହା ସହିତ ତୃତୀୟ ଲହର ଆସିଲେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍‌ କରିବାର ଆବଶ୍ୟକତା ମଧ୍ୟ ପଡିବ ନାହିଁ ।

Show More

Related Articles

Back to top button