ଦେଶସ୍ୱତନ୍ତ୍ର

ନୂଆ ଢଙ୍ଗରେ ସାଇବର ଠକେଇ, ବିନା ଓଟିପିରେ ଆକାଉଣ୍ଟରୁ ଗାୟବ ହେଲା ଟଙ୍କା

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଠକେଇ । ବିଭିନ୍ନ ଉପାୟରେ ଆକାଉଣ୍ଟ ଜିରୋ କରୁଛନ୍ତି ସାଇବର ଠକ । ଆପଣମାନେ ଜାଣିଥିବେ ଏହି ମାମଲାରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟତଃ ଓଟିପି ଦେବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ବିନା ଓଟିପିରେ ଆକାଉଣ୍ଟରୁ ଟଙ୍କା ଗାୟବ ହେଇଯାଉଛି ।

ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ ଜଣେ ସିକ୍ୟୁରିଟି ସର୍ଭିସର ଡାଇରେକ୍ଟରଙ୍କ ସହ । ତାଙ୍କ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା ଗାଏବ ହୋଇଯାଇଛି , ସେ ବି ବିନା ଓଟିପିରେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣାବଳୀ ବିଷୟରେ ।

ସୂଚନା ଅନୁଯାୟୀ, କେବଳ ତାଙ୍କ ମୋବାଇଲକୁ ସଂଧ୍ୟା ୭ରୁ ୮.୪୫ ପର୍ଯ୍ୟନ୍ତ କିଛି ବ୍ଲାଙ୍କ ମ୍ୟାସେଜ ଏବଂ ମିସ୍ କଲ ଆସିଥିଲା । ସେ ମେସେଜକୁ ତ ଅଣଦେଖା କରିଥିଲେ ହେଲେ ଅନେକ ଥର ଫୋନ ଆସିବାରୁ ସେ ରିସିଭ କରିଥିଲେ । ହେଲେ ସେହି ଫୋନ କଲରେ କେହି କିଛି ଉତ୍ତର ଦେଉନଥିଲେ । ଯେତେବେଳେ ସେ ମୋବାଇଲ ଫୋନର ମେସେଜ ବକ୍ସ ଖୋଲି ଦେଖନ୍ତି ସେତେବେଳେ ତାଙ୍କୁ ଆଚମ୍ବିତ କରିଦେଇଥିଲା । କାରଣ ସେଥିରେ ଆରଟିଜିଏସ୍ ରୁ ୫୦ଲକ୍ଷ ଟଙ୍କାର ଟ୍ରାଜାକ୍ସନ ମେସେଜ ଆସିଛି ।

ଏ ବାବଦରେ ସେ କହିଛନ୍ତି ଯେ, ମୁଁ କିଛି ଓଟିପି ସେୟାର କରି ନାହିଁ ହେଲେ ମୋ ଆକାଉଣ୍ଟରୁ ଟଙ୍କା କଟିଯାଇଛି । ପ୍ରଥମେ ସେ ଜାମତାଡାରେ ବସିଥିବା ଅପରାଧୀ ଏଗୁଡା କରିଛନ୍ତି ବୋଲି ସନ୍ଦେହ କରିଛନ୍ତି । ସେ ବ୍ୟବହାରକାରୀଙ୍କୁ ଅଲଗା ଅଲଗା ଉପାୟରେ ଠକୁଛନ୍ତି । ଏଥିରୁ ଆଶଙ୍କା କରାଯାଉଛି, ସାଇବର ସ୍କାମର୍ସ ମାନେ ସିମକୁ ସ୍କାନ କରିଦେଇଥିଲେ ଯାହା ଫଳରେ ସେମାନଙ୍କୁ ଓଟିପିର ଆବଶ୍ୟକତା ପଡିଲା ନାହିଁ ।ପ୍ରକୃତରେ କହିବାକୁ ଗଲେ ଏହି ଦୁର୍ବୁତ୍ତ ମାନେ ଫ୍ରଡ୍ ସିମ ଆକ୍ଟିଭେଟ କରାନ୍ତି । ଏହାପରେ ଯେକୌଣସି ବ୍ୟକ୍ତିଙ୍କ ମୋବାଇ ନମ୍ବରକୁ ନିଜ ଅକ୍ତିଆର କରିଦିଅନ୍ତି । ଏହାର ବ୍ୟବହାର କେବଳ କଲ ଏବଂ ମେସେଜ ରିସିଭ ବା ସେଣ୍ଡ କରିବା ପାଇଁ ହୋଇଥାଏ ।

Show More

Related Articles

Back to top button