ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଜେପି ବିରୋଧରେ ନେତୃତ୍ୱ ନେବେ ତେଜସ୍ୱୀ ଯାଦବ

ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ନେତୃତ୍ୱ ନେବେ ତେଜସ୍ୱୀ ଯାଦବ। ଏକଥା ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିବାରୁ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀ ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ନୀତୀଶ କୁମାର ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ, “ମୁଁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ। ମୋର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା ବିଜେପିକୁ ହରାଇବା। ତେଜସ୍ୱୀ ଯାଦବଙ୍କୁ ଆମେ ସମସ୍ତେ ସମର୍ଥନ କରି ଉତ୍ସାହିତ କରିବା।

ଶାସକ ଦଳରେ ଥିବା ବିଧାୟକଙ୍କୁ ସମ୍ବୋଧନ କରିବା ବେଳେ ନୀତୀଶ କୁମାର ଏପରି କହିଛନ୍ତି। ଏହାର ଅର୍ଥ ନୀତୀଶ କୁମାର ଆଉ ବିହାରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଆଜି ଠାରୁ ହିଁ ଅନଔପଚାରିକ ଭାବେ ସେ ଏକଥା ଘୋଷଣା କରିଛନ୍ତି। ଯଦି ୨୦୨୫ରେ ମହାଗଠବନ୍ଧନ ଜିତିବ, ତା’ହେଲେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ।

ଏହାପୂର୍ବରୁ ସୋମବାର ନାଳନ୍ଦାରେ ଗୋଟିଏ ଡେଣ୍ଟାଲ କଲେଜ ଉଦାଘଟନ କରିବା ବେଳେ ନୀତୀଶ କୁମାର ସର୍ବସମ୍ମୁଖରେ ତେଜସ୍ୱୀ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ୱ ନେବେ ବୋଲି ସଙ୍କେତ ଦେଇଥିଲେ।

ସେ କହିଥିଲେ, “ଆମେ ଅନେକ କିଛି କରିଛୁ। ଯଦି କିଛି ରହିଯାଇଛି, ତା’ହେଲେ ଭବିଷ୍ୟତରେ ତେଜସ୍ୱୀ କାମ ଜାରି ରଖିବେ ଓ ସବୁ କିଛି ଶେଷ କରିବେ। ଯେଉଁମାନେ ଆମକୁ ଭାଗଭାଗ କରିବାକୁ ଚାହୁଁଛନ୍ତି, ସେମାନେ ଆଦୌ ଅନ୍ୟ କଥାରେ ପରିଚାଳିତ ହୋଇ ବିଶୃଙ୍ଖଳା କିମ୍ବା ସମସ୍ୟା ସୃଷ୍ଟି କରନ୍ତୁ ନାହିଁ। ଆମ ସମସ୍ତଙ୍କୁ ଏକାଠି ରହିବାକୁ ପଡ଼ିବ ଓ କାମ କରିବାକୁ ହେବ।”

ଏହି ସମୟରେ ଷ୍ଟେଜ ଉପରେ ତେଜସ୍ୱୀ ଯାଦବ ରହିଥିଲେ। ତାଙ୍କ ଉପସ୍ଥିତିରେ ନୀତୀଶ କୁମାର କହିଛନ୍ତି, “ତେଜସ୍ୱୀ ଏଠାରେ ଅଛନ୍ତି। ତାଙ୍କୁ ଆଗକୁ ନେବା ପାଇଁ ମୁଁ ଯାହା କରିବା କଥା କରି ସାରିଛି। ତାଙ୍କୁ ମୁଁ ଆହୁରି ଆଗକୁ ନେବି। ଆପଣମାନେ ସମସ୍ତେ ସବୁ କିଛି ଦେଖିବେ ଓ ସବୁ କିଛି ବୁଝିବେ।

ଆମର ସବୁ ଅଧିକାରୀ ଭଲ କାମ କରୁଛନ୍ତି। ମୁଁ କ’ଣ କହୁଛି ଶୁଣନ୍ତୁ। ଏହା ମୋର ବ୍ୟକ୍ତିଗତ ମତ ନୁହେଁ। ଆମେ ଯାହାବି କରୁଛେ, ସବୁ କିଛି ଗାନ୍ଧିଙ୍କ ପଥ ଅନୁସାରେ କରୁଛେ। ଆଜିର ମନ୍ତବ୍ୟକୁ ନେଇ କେହି ବି ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ।” ଏହାପରେ ସେ ତେଜସ୍ୱୀ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ଘୋଷଣା କରିଥିଲେ।

ନୀତୀଶ କୁମାରଙ୍କ ଏପରି ପ୍ରଶଂସା ପରେ ତେଜସ୍ୱୀ ଯାଦବ କହିଛନ୍ତି, “ବର୍ତ୍ତମାନ ସମୟରେ ୨୦୨୪ ସାଧାରଣ ନିର୍ବାଚନ ହିଁ ସମସ୍ତଙ୍କର ଲକ୍ଷ୍ୟ। ସବୁ କିଛି ଏହାପରେ ଆସିବ।

Show More

Related Articles

Back to top button