Breaking PLUSଦେଶମୁଖ୍ୟ ଖବର

ଲିକେଜ୍ ଏବଂ ସ୍କାମକୁ ରୋକିବା ଦ୍ୱାରା ରେଳ ବିସ୍ତାରର ଗତି ହୋଇଛି ଦ୍ୱିଗୁଣିତ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 26 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରି ଭିଡିଓ କନଫରେନ୍ସିଂ ଜରିଆରେ 41 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ 2 ହଜାର ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ଲିକେଜ୍ ଏବଂ ସ୍କାମ୍ ରୋକିବା ତାଙ୍କ ସରକାରଙ୍କ ଏକ ସଫଳତା ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ଆବଣ୍ଟନ ଅଧିକ ହେଲେ ମଧ୍ୟ ଲିକେଜ୍ ବିକାଶରେ ବାଧା ସୃଷ୍ଟି କରିଥାଏ। 2014 ତୁଳନାରେ ନୂତନ ରେଳ ଲାଇନ ନିର୍ମାଣର ଗତି ଦ୍ୱିଗୁଣିତ ହୋଇଛି ।
ଯୁବକମାନଙ୍କୁ ଆଧୁନିକ ପ୍ରକଳ୍ପର ଶ୍ରେଷ୍ଠ ହିତାଧିକାରୀ ଭାବରେ ବିବେଚନା କରି ସେ କହିଛନ୍ତି ଯେ, ଏହା ସେମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ଯୋଗାଇବ। ‘ବିକଶିତ ଭାରତ’ ହେଉଛି ଯୁବ ଆକାଂକ୍ଷାର ଭାରତ । ସେ ଯୁବକମାନଙ୍କୁ କହିବାକୁ ଚାହାଁନ୍ତି, “ସେମାନଙ୍କର ଆକାଂକ୍ଷା ମୋର ସଂକଳ୍ପ! ତୁମର ସ୍ୱପ୍ନ ଏବଂ କଠିନ ପରିଶ୍ରମ ମୋର ନିଷ୍ଠା ସହିତ ‘ବିକଶିତ ଭାରତ’ର ଗ୍ୟାରେଣ୍ଟି ।
ପୁଞ୍ଜି ବିନିଯୋଗ ପାଇଁ ଆଧୁନିକ ଭିତ୍ତିଭୂମି ସୁବିଧାକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତାବର୍ଷରେ ହଜାର ହଜାର ଷ୍ଟେସନର ଆଧୁନିକୀକରଣ ଭାରତୀୟ ରେଳବାଇର କ୍ଷମତା ବୃଦ୍ଧି କରିବ ଏବଂ ଏକ ବୃହତ ବିନିଯୋଗ ବିପ୍ଳବ ଆଣିବ।
ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ନୂତନ ଭାରତର କାର୍ଯ୍ୟ ଶୈଳୀର ପ୍ରତୀକ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ବର୍ତ୍ତମାନ ଭାରତ ଏକ ଅଦ୍ଭତପୂର୍ବ ସ୍ତରରେ ଏବଂ ଅଦ୍ଭତପୂର୍ବ ଗତିରେ କାର୍ଯ୍ୟ କରୁଛି। ଛୋଟ ଆକାଂକ୍ଷାଠାରୁ ଦୂରେଇ ଯାଇ ଆଜିର ଭାରତ ବଡ଼ ସ୍ୱପ୍ନ ଦେଖିବା ଏବଂ ଯଥାଶୀଘ୍ର ସେହି ସ୍ୱପ୍ନଗୁଡ଼ିକୁ ସାକାର କରିବା ଦିଗରେ ଗତି କରିଛି ।

ପ୍ରଧାନମନ୍ତ୍ରୀ ଆଜି 27 ଟି ରାଜ୍ୟର 300 ରୁ ଅଧିକ ଜିଲ୍ଲାରେ 550ରୁ ଅଧିକ ରେଳ ଷ୍ଟେସନର ନବୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ 1,500 ରୁ ଅଧିକ ରାସ୍ତା, ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍ ଭଳି ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ । 40 ହଜାର କୋଟି ଟଙ୍କାର ପ୍ରକଳ୍ପ ଏକକାଳୀନ ନିର୍ମାଣ ହେଉଛି ।

Show More

Related Articles

Back to top button